ମୁଭି ‘ଦ କେରଲା ଷ୍ଟୋରି’ ଏବେ 100କୋଟି କ୍ଳବ୍ ରେ

ବହୁ ବାଦ ବିବାଦ ପରେ ବି ବଲିଉଡ ମୁଭି ‘ଦ କେରଲା ଷ୍ଟୋରି’ ବକ୍ସ ଅଫିସରେ ଭଲ ଫରଫର୍ମ କରିଛି। ସୁଦିପ୍ତୋ ସେନଙ୍କ ନିର୍ଦ୍ଦେଶନାରେ ନିର୍ମାଣ କରାଯାଇଥିବା ଏହି ମୁଭି ଭଲ ଓପନିଂ କରିଥିବା ବେଳେ ସେବେଠାରୁ ଏହା ବକ୍ସ ଅଫିସରେ ଧମାକାଦାର ପରଫର୍ମ କରୁଛି।ଶନିବାର ଏହି ଫିଲ୍ମ ୧୯.୫ କୋଟି ଟଙ୍କା ଆୟ କରିଥିଲା। ଏହି ଦିନର ସଂଗ୍ରହକୁ ଅନ୍ତର୍ଭୁକ୍ତ କରି ଫିଲ୍ମର ମୋଟ ସଂଗ୍ରହ ବର୍ତ୍ତମାନ ୧୧୨.୯୯ କୋଟି ଟଙ୍କା କରିଛି। ଏହି ଆକଳନ ସହିତ ଏହି ଚଳଚ୍ଚିତ୍ର ଦେଶର ଚଳିତ ବର୍ଷର ଚତୁର୍ଥ ଚଳଚ୍ଚିତ୍ର, ଯାହା ୧୦୦ କୋଟି କ୍ଲବରେ ଯୋଗ ଦେଇଛି । ଏହି ତାଲିକାରେ ‘ପଠାନ’, ‘ତୁ ଝୁଠି ମେଁ ମକ୍କାର’ ଏବଂ ‘କିସି କା ଭାଇ କିସି କି ଜାନ’ ମଧ୍ୟ ରହିଛି। ଫିଲ୍ମ ‘ଦି କେରଲା ଷ୍ଟୋରି’ ଭାରତରେ ମେ’ ୫ରେ ମୁକ୍ତିଲାଭ କରିଥିବାବେଳେ ଗତ ୧୨ ତାରିଖରେ ୩୭ ଦେଶରେ ରିଲିଜ ହୋଇଥିଲା।