ମେ’ ୧୩ରେ ରାଷ୍ଟ୍ରୀୟ ଲୋକ ଅଦାଲତ I

ଥୁଆମୂଳ ରାମପୁର,୬/୦୯-(ଦୁର୍ଗା କୀର୍ତ୍ତି):- ଜାତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଆସନ୍ତା ମେ’ ୧୩ ରେ ଅନୁଷ୍ଠିତ ହେବ। ଉଚ୍ଚ ନ୍ୟାୟାଳୟ ସମେତ ରାଜ୍ୟ, ଜିଲ୍ଲା ତଥା ବ୍ଲକ୍ ର ବିଭିନ୍ନ ଅଦାଲତରେ ପ୍ରତ୍ୟକ୍ଷ ଓ ଆବଶ୍ୟକ ସ୍ଥଳେ ଆଭାସି ଜରିଆରେ ଲୋକ ଅଦାଲତରେ ମାମଲା ଗୁଡ଼ିକର ଅପୋଷ ସମାଧାନ କରାଯିବ ବୋଲି ଆଇନ ସେବା ପ୍ରାଧିକରଣ ତରଫରୁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଠାରେ ମଧ୍ୟ ଆସନ୍ତା ସେପ୍ଟେମ୍ବର ମାସ ୧୩ ତାରିଖ ଶନିବାର ଦିନ ଥୁଆମୂଳ ରାମପୁର ସ୍ଥିତ ଜେ.ଏମ.ଏଫ୍.ସି କୋର୍ଟ ପରିସରରେ ଜିଲ୍ଲାର ସମସ୍ତ ରାଜସ୍ୱ ବିଭାଗ ତଥା ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଜିଲ୍ଲା ଶ୍ରମ ବିଭାଗ, ବିଏସଏନଏଲ, ମ୍ୟୁନିସିପାଲଟି, ପିଏଚଡି, କଞ୍ଜୁମର ଫୋରମ ବିଭାଗମାନଙ୍କର ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ସମସ୍ତ ପ୍ରକାର ବିଚାରଧୀନ ମକଦ୍ଧମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ, ବ୍ୟାଙ୍କ ରଣ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ, ବୈବାହିକ ବିବାଦ, ଜମି ଅଧୂଗ୍ରହଣ, ଚାକିରି ସମ୍ବନ୍ଧୀୟ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମାର ଆପୋଷ ସହମତିରେ ସମାଧାନ କରାଯିବ। ଏହାସହ ପ୍ରାକ ମକଦ୍ଦମା ସ୍ତରୀୟ ମାମଲା ତଥା ଚେକ ବାଉନ୍ସ, ବ୍ୟାଙ୍କ ରଣ, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦେୱାନୀ ମକଦ୍ଦମା ଇତ୍ୟାଦିର ସମାଧାନ ମଧ୍ୟ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ । ଲୋକ ଅଦାଲତରେ ମକଦ୍ଦମା ବିବାଦର ସମାଧାନ ପାଇଁ କୌଣସି ଆର୍ଥିକ ଖର୍ଚ୍ଚ କରିବାକୁ ପଡେ ନାହିଁ । ଦୀର୍ଘଦିନ ଧରି ଚାଲୁଥ୍‌ ମକଦ୍ଦମାର ସହଜ ସମାଧାନ ଓ ସମୟ ଅପଚୟରୁ ନିସ୍ତାର ପାଇଁ ଏହା ଏକ ସୁଯୋଗ । ଏ ସଂକ୍ରାନ୍ତରେ ବିଶେଷ ବିବରଣୀ ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧୂକରଣ, କଳାହାଣ୍ଡି ଓ ତାଲୁକ ଆଇନ ସେବା କମିଟି ଥୁଆମୂଳ ରାମପୁର ଏବଂ ଅନ୍ୟ ଉପରୋକ୍ତ ବିଭାଗମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ଜିଲ୍ଲା ଆଇନ ସେବା ପ୍ରାଧୂକରଣ ଏବଂ ଥୁଆମୂଳ ରାମପୁର ଆଇନ ସେବା ପ୍ରାଧୂକରଣ ତରଫରୁ ସୂଚନା ଦିଆଯାଉଛି ।