ମୋତେ ଯେତେ ମାଠିବୁ ମାଠ୍ ମୁଁ ସେହି ଦରପୋଡା କାଠ୍ ! ହେ ମିତଲ କମ୍ପାନୀ


କେତେବେଳେ ଗର୍ଭବତୀ ଙ୍କୁ ଯନ୍ତ୍ରଣା ଦେଉଛି ତ ଆଉ କେତେବେଳେ ସ୍କୁଲ ଛାତ୍ରଛାତ୍ରୀଙ୍କ ମାନସିକ ଚିନ୍ତା ବଢ଼ାଉଛି ମିତଲ କମ୍ପାନୀ ! ଦିନେ ନୁହେଁ କି ଅଧେ ନୁହେଁ ସବୁଦିନେ ଟ୍ରାଫିକ ଜାମ ସମସ୍ୟା ଲାଗି ରହିଛି ! ଏମିତି ଅଭୁଲା ସ୍ମୃତି ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ପୂର୍ବତନ ଏସାର ଷ୍ଟିଲ ବର୍ତ୍ତମାନ ର ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ଠାରେ !

ପ୍ରତ୍ୟେକ ଦିନ ଭଳି ଆଜି ସକାଳୁ ଦବୁନା,କାଳିମାଟି, ପୁରୁଣା ଡିହି,ଚୂଡିସାହି ଭଳି ଅନେକ ଗ୍ରାମ ରୁ ଓଏମସି କମ୍ପାନୀ ଦେଇଥିବା ସ୍କୁଲ ବସ୍ ଯୋଗେ ବାମେବାରୀ ସରସ୍ଵତୀ ଶିଶୁ ମନ୍ଦିର ସ୍କୁଲ କୁ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀ ମାନେ ଯାଉଥିବା ବେଳେ ଦୀର୍ଘ ତିନି ଘଣ୍ଟାରୁ ଅଧିକ ଟ୍ରାଫିକ ଜାମ ସମସ୍ୟା ରେ ଫସି ରହିଲେ, ଫଳରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମାନସିକ ଚିନ୍ତା ବଢ଼ିବାରେ ଲାଗିଛି ! ମିତ୍ତଲ କମ୍ପାନୀ ର ଆବଶ୍ୟକତା ଠାରୁ ଅଧିକ ପରିମାଣରେ ପରିବହନ କାର୍ଯ୍ୟ ପାଇଁ ଏଭଳି ସମସ୍ୟା ସୃଷ୍ଟି ହେଉଛି ବୋଲି ସ୍ଥାନୀୟ ଅଭିଭାବକ ଏବଂ ସ୍ଥାନୀୟ ଅଧିବାସୀ ମାନେ ଅଭିଯୋଗ କରିଛନ୍ତି ! ଧାନ ଫସଲ ରେ ଯେମିତି ଝଳା ମଣନ୍ଦା ଥାଏ ଠିକ ସେମିତି କମ୍ପାନୀ ଭିତରେ ଆର୍ସେଲର ମିତ୍ତଲ କମ୍ପାନୀ ଗୋଟିଏ ଝଳା ବୋଲି ନିନ୍ଦା କରୁଛନ୍ତି ଅଞ୍ଚଳ ବାସୀ !

ଏଭଳି ସମସ୍ୟା ଯଦି ଲାଗି ରହେ ତେବେ ଛୁଆ ଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରିବ ବୋଲି ଘୋର ଚିନ୍ତା ରେ ଅଞ୍ଚଳ ବାସୀ ! କମ୍ପାନୀ ଛୁଆ ଙ୍କ ଭବିଷ୍ୟତ କୁ ନଷ୍ଟ କରି ନିଜେ କେମିତି କୋଟି କୋଟି ଟଙ୍କା ରୋଜଗାର କରିବ ସେଥିପ୍ରତି ଧ୍ୟାନ ଦେଉଥିବା ଜଣାପଡିଛି ! ଏହି ସମସ୍ୟା ଉପରେ ଯଥାଶୀଘ୍ର ସମ୍ଭବ ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ସମାଧାନ ନ କଲେ ବାଧ୍ୟ ହୋଇ ଆର୍ସେଲର ମିତ୍ତଲ କମ୍ପାନୀ ର ସବୁ ଫାଟକରେ ତାଲା ପକାଇ ଦେବାକୁ ମେଳି ବାନ୍ଧିଲେଣି ଜନ ସାଧାରଣ ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ