ଯୁବକଙ୍କୁ ଅପହରଣ ପରେ ଜଙ୍ଗଲରେ ଦୁଷ୍କର୍ମ କଲେ ୪ ଯୁବତୀ
ବିଶ୍ୱାସ ନ ହେଲେବି ସତ୍ୟ। ଯୁବକଙ୍କୁ ଅପହରଣ ପରେ ଜଙ୍ଗଲରେ ଦୁଷ୍କର୍ମ କଲେ ଚାରି ଯୁବତୀ । ପଞ୍ଜାବ ଜଳନ୍ଧରରୁ ଆସିଛି ଏପରି ଏକ ଅଜବ ଘଟଣା । ଯେଉଁଠି ଜଣେ ଶ୍ରମିକଙ୍କୁ ୪ଜଣ ମହିଳା ଆଖିରେ ରସାୟନିକ ସ୍ପ୍ରେ କରି ଅପହରଣ କଲେ ଓ ତାପରେ ନିଶା ଦେଇ ଜଙ୍ଗଲରେ କରିଲେ ଦୁଷ୍କର୍ମ। ପରେ ଯୁବକକଙ୍କୁ ଏକ ନିଛାଟିଆ ସ୍ଥାନରେ ଫିଙ୍ଗି ଚାଲିଗଲେ।
ଖବର ଅନୁଯାୟୀ, ଯୁବକ ଜଣଙ୍କ ନିଜ କାମ ସାରି ଘରକୁ ଫେରୁଥିଲେ । ଏହା ସମୟରେ କପୁରତାଲା ରୋଡ୍ ନିକଟରେ କାର ରେ ଚାରି ଜଣ ଝିଅ ଆସିଲେ। ଯାହାଙ୍କ ବୟସ ୨୦ରୁ ୨୫ ବର୍ଷ ଭିତରେ ହେବ । ଯୁବତୀମାନେ ଏକ କାଗଜରେ ଲେଖାଥିବା ଠିକଣା ସଂପର୍କରେ ଯୁବକଙ୍କୁ ପଚାରିଥିଲେ । ଯୁବକ ଜଣଙ୍କ କାଗଜକୁ ଦେଖିବା ସମୟରେ ସେମାନେ ଆଖିରେ କିଛି ରସାୟନିକ ସ୍ପ୍ରେ କରିଦେଇଥିଲେ । ଫଳରେ ଯୁବକ ଜଣଙ୍କୁ କିଛି ଦେଖାଯାଇନଥିଲା । ହଠାତ୍ ଘଟଣାସ୍ଥଳରେ ସେ ମୁର୍ଚ୍ଛା ହୋଇଯାଇଥିଲା । ଏହାପରେ ଯୁବତୀମାନେ ତାଙ୍କୁ କାର୍ରେ ଅପହରଣ କରିଥିଲେ । ଏକ ନିଛାଟିଆ ସ୍ଥାନରେ ଯୁବତୀମାନେ ତାଙ୍କୁ ଦୁଷ୍କର୍ମ କରିଥିଲେ । ଏପିରିକି ଜଣଙ୍କ ପରେ ଜଣେ ଯୁବତୀ ତାଙ୍କ ସହ ଯୌନ ସଂପର୍କ ରଖିଥିଲେ । ଏହି ସମୟରେ ତାଙ୍କୁ ମଦ ପିଇବାକୁ ମଧ୍ୟ ବାଧ୍ୟ କରିଥିଲେ ।
ସେପଟେ ଜାତୀୟ ଗଣମାଧ୍ୟମରେ ଏନେଇ ଖବର ପ୍ରକାଶ ପାଇବା ପରେ ପଞ୍ଜାବ ପୋଲିସ ନିଜ ଆଡୁ ମାମଲା ରୁଜୁ କରି ତଦନ୍ତ ହାତକୁ ନେଇଥିବା ଜଣାପଡିଛି । ଏବେ ଯାଏଁ ଘଟଣାରେ କିଛି ଅପଡେଟ୍ ଆସିନାହିଁ । ଖାସ୍ କରି ଯୁବକଙ୍କୁ ଦୁଷ୍କର୍ମ ନେଇ ଯେଉଁ କଥା ସାମ୍ନାକୁ ଆସୁଛି । ଯଦି ଘଟଣା ସତ ହେଲା, ତେବେ ତାହା ଅତ୍ୟନ୍ତ ଭୟଙ୍କର ହେବ।