ଯୁବକଙ୍କୁ ପଥରରେ ଛେଚି ହତ୍ୟା ଘଟଣା : ହତ୍ୟା ଅଭିଯୋଗରେ ୨ ଜଣଙ୍କୁ କୋର୍ଟ ଚାଲାଣ
ଥୁଆମୂଳ ରାମପୁର,୧୯|୮(ଦୁର୍ଗା କୀର୍ତ୍ତି):-କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର ପଞ୍ଚାୟତ କିରକିଚା ଗ୍ରାମର ପୁରୁଣା ଅଙ୍ଗନୱାଡ଼ି କେନ୍ଦ୍ରରେ ନିର୍ମମ ଭାବେ ହତ୍ୟା କରାଯାଇଥିବା ଏକ ମୃତଦେହ ଉଦ୍ଧାର ହୋଇଥିବା ଘଟଣାରେ ସୋମବାର ଦୁଇଜଣଙ୍କୁ ହତ୍ୟା ଅଭିଯୋଗରେ କୋର୍ଟ ଚାଲାଣ କରିଥିବା କର୍ଲାପାଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ହତ୍ୟାକାରୀ ଦୁଇ ଅଭିଯୁକ୍ତ ହେଲେ ଭବାନୀପାଟଣା ପୁରୁଣା ପଡାର ଧନେଷ୍ଟି ଗଉଡ(୩୨) ପିତା ସ୍ବର୍ଗତ ସୁନ୍ଦର ଗଉଡ ଏବଂ ଅନ୍ୟ ଜଣକ ହେଉଛି ଦାବ୍ରିଗୁଡା ଗ୍ରାମର ସୁଶୀଲ ଗଉଡ(୪୨) ପିତା ଇନ୍ଦ୍ର ଗଉଡ।ସୂଚନା ଯୋଗ୍ୟ ଯେ ଗତ ୯ ତାରିଖ ରାତିରେ ଭବାନୀପାଟଣା ବ୍ଲକ କର୍ଲାପଡ଼ା ଥାନା କଲମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଲିପଡ଼ାର ରତ୍ନାକର ନାଏକଙ୍କ ପୁଅ ଧରଣୀଧର(୩୦)ଙ୍କୁ ମୁଣ୍ଡ ତଥା ଶରୀରର ବିଭିନ୍ନ ସ୍ଥାନରେ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରି ଚାଲିଯାଇଥିବା ବେଳେ ତା ପରଦିନ ୧୦ ତାରିଖରେ ଘଟଣା ସ୍ଥଳରେ କର୍ଲାପାଟ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମାନଙ୍କୁ ଖୋଜିବା ପାଇଁ ଅନୁସନ୍ଧାନୀ କୁକୁରର ମଧ୍ୟ ସହାୟତା ନିଆଯାଇଥିଲା। ହେଲେ ହତ୍ୟାକାରୀଙ୍କୁ ଧରିବାରେ ବିଫଳ ହୋଇଥିଲେ ସୁଦ୍ଧା ପୋଲିସ ତାର ବିଭିନ୍ନ ଦିଗରେ ତଦନ୍ତ ଜାରି ରଖିଥିଲା। ଶେଷରେ ହତ୍ୟାକାଣ୍ଡର ଦୁଇ ଅଭିଯୁକ୍ତଙ୍କୁ ସୋମବାର କର୍ଲାପାଟ ପୋଲିସ ଗିରଫ କରି କର୍ଲାପାଟ ଥାନା କେସ୍ ନଂ ୨୨/୨୫ ରେ ବିର.ଏନ୍.ଏସ୍ ୧୦୩(୧) ରେ କୋର୍ଟ ଚାଲାଣ କରିଥିବା ବେଳେ ଦୁଇ ହତ୍ୟାକାରୀ ମୃତ ଧରଣୀ କୁ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଟାଙ୍ଗିଆ ରେ ହାଣି ବଡ଼ ପଥରେ ଛେଚି ହତ୍ୟା କରିଥିବା ପୋଲିସ ଆଗରେ କହିଥିବା ସୂଚନା ଦେଇଛନ୍ତି ଘଟଣାର ତଦନ୍ତ କାରୀ ଅଧିକାରୀ ଭାରପ୍ରାପ୍ତ ଥାନା ଅଧିକାରୀ ଶ୍ରୀକାନ୍ତ କୋଲକା