ରଦ୍ଦ ହେଲା ୬ ଲକ୍ଷ ନକଲି ଆଧାର କାର୍ଡ। ୟୁ.ଆଇ.ଡି.ଏ.ଆଇ ପ୍ରାୟ ୬ ଲକ୍ଷ ଆଧାର କାର୍ଡ ରଦ୍ଦ କରିଦେଇଛନ୍ତି।

ନିକଟରେ ସରକାର ଏ ନେଇ ତଥ୍ୟ ଜାରି କରିଛନ୍ତି ଯେ ନକଲି ଆଧାର କାର୍ଡ ଓ ଆଧାର ନମ୍ବରକୁ ଉପଯୋଗ କରି ଅନେକ ଅପରାଧ ଘଟଣା ଘଟୁଥିବା ସାମ୍ନାକୁ ଆସିଛି। ତେଣୁ ଅପରାଧିକ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ୟୁ.ଆଇ.ଡି.ଏ.ଆଇ ଅନେକ ପ୍ରକାର ପଦକ୍ଷେପ ନେଉଛି।

ଆପଣଙ୍କ ଆଧାର ଅସଲି କି ନକଲି, ତାହା କିପରି ଜାଣିବେ ??
ଜାଣନ୍ତୁ କେମିତି ଏହି ୭ଟି ଷ୍ଟେପ୍‌ ଫଲୋକରି ନକଲି ଓ ଅସଲି ଆଧାର କାର୍ଡ ମଧ୍ୟରେ ପାର୍ଥକ୍ୟ କରିବେ :

ଯଦି ଆପଣ ନିଜ ଆଧାର ନମ୍ବର ଅସଲି କି ନକଲି ଜାଣିବାକୁ ଚାହୁଁଛନ୍ତି, ତା ହେଲେ ପ୍ରଥମେ ୟୁ.ଆଇ.ଡି.ଏ.ଆଇ ର ସରକାରୀ ଆଇଡିର ଅଧିକାରିକ ଓ୍ବେବ୍‌ସାଇଟ୍‌କୁ ଯାଆନ୍ତୁ । ଯାହା ହେଲା:https://resident.uidai.gov.in/offlineaadhaar
ଏହା ପରେ, ଆଧାର ଭେରିଫିକେସନ୍ ର https://resident.uidai.gov.in/offlineaadhaar ବିକଳ୍ପକୁ ଚୟନ କରନ୍ତୁ। ଆପଣ ଲିଙ୍କ୍ https://myaadhaar.uidai.gov.in/verifyAadhaarକୁ ବି ଯାଇ ସେଠାରେ ନିଜ ଆଧାର କାର୍ଡର ସତ୍ୟତା ପରୀକ୍ଷା କରିପାରିବେ।
ଏହା ପରେ ଆଗକୁ ବଢିବା ପାଇଁ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଅବା ୧୬ ଅଙ୍କ ବିଶିଷ୍ଟ ଭର୍ଚୁଆଲ ଆଇଡି ଦିଅନ୍ତୁ।
ଆପଣ ନମ୍ବର ଦେବା ସମୟରେ ସ୍କ୍ରିନ୍ ଉପରେ ଥିବା କୋର୍ଡ ଦେଇ ଓ୍ବାନ୍ ଟାଇମ୍ ପାସ୍‌ଓ୍ବାର୍ଡ କିମ୍ବା ଓ.ଟି.ପି ପାଇଁ ଅନୁରୋଧ କରନ୍ତୁ।
ସାଧାରଣତଃ ଆପଣ ନିଜ ଆଧାର କାର୍ଡରେ ପଞ୍ଜୀକୃତ କରିଥିବା ନମ୍ବରରେ ଏହି ପାସ୍‌ଓ୍ବାର୍ଡ ବା ଓ.ଟି.ପି ପାଇବେ। ଏହାକୁ ଓ୍ବେବ୍‌ସାଇଟ୍‌ରେ ଦିଅନ୍ତୁ।

ଏହା ଆପଣଙ୍କୁ ଏକ ପେଜ୍‌କୁ ନେଇଯିବ ଯେଉଁଥିରେ ଆପଣଙ୍କୁ ଏକ ମେସେଜ୍ ମିଳିପାରେ। ଏହି ମେସେଜ୍‌ରେ ଉଲ୍ଲେଖ ହେବ ଯେ ଆପଣଙ୍କ ଆଧାର ନମ୍ବର ମାନ୍ୟ କି ଅମାନ୍ୟ।
ଏହି ମେସେଜ୍ ସାଙ୍ଗରେ, ଆପଣ ନିଜ ଆଧାର କାର୍ଡରେ ଲେଖା ଥିବା ନାମ, ରାଜ୍ୟ, ବୟସ, ଲିଙ୍ଗ ତଥା ଅନ୍ୟ ତଥ୍ୟ ସବୁ ବି ସ୍କ୍ରିନ୍ ଉପରେ ଦେଖିପାରିବେ।ଯଦି ଆପଣ ଏହି ସବୁ ତଥ୍ୟ ଦେଖିପାରୁଛନ୍ତି, ତାହେଲେ ଜାଣିବେ ଯେ ଆପଣଙ୍କ ଆଧାର କାର୍ଡ ଅସଲି ଅଟେ।ଏହା ବ୍ୟତୀତ, ଅଫ୍‌ଲାଇନ୍‌ରେ ଆଧାରକୁ ଭେରିଫାୟ୍‌ କରିବା ପାଇଁ ଆଧାର ପତ୍ର, ଇ-ଆଧାର, ଆଧାର ପିବିସି କାର୍ଡ ଉପରେ ଛପା ହୋଇଥିବା କ୍ୟୁ.ଆର୍‌. କୋର୍ଡକୁ ସ୍କାନ୍‌ କରନ୍ତୁ। ଏହି ୧୨ ଅଙ୍କ ବିଶିଷ୍ଟ ସଂଖ୍ୟା ପ୍ରତ୍ୟେକ ଭାରତୀୟ ନାଗରିକଙ୍କ ପରିଚୟ ପାଇଁ ଅତ୍ୟନ୍ତ ଜରୁରୀ ତଥା ବାଧ୍ୟତାମୂଳକ। ଆଧାର ଏବେ ସବୁଠୁ ଜରୁରୀ ଏବଂ ପରିଚୟ ପାଇଁ ଆବଶ୍ୟକ ହେଉଥିବା ଗୁରୁତ୍ବପୂର୍ଣ୍ଣ ତଥା ସର୍ବାଧିକ ମଗା ଯାଉଥିବା ଦସ୍ତାବିଜ ପାଲଟି ଯାଇଛି।