ରବିବାର ରାଶିଫଳ: ଅଗଷ୍ଟ ୧୩ ତାରିଖ
ମେଷ-ଆଜି କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟ ଅନୁକୂଳ ନୂହେଁ, ବରଂ ପ୍ରତିକୂଳତାର ଝଲକ ଦେଖିବାକୁ ପାଇବେ। ସବୁ ସମୟରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବହନ କ୍ଷେତ୍ରରେ ସମସ୍ୟାଗୁଡ଼ିକର ସମାପ୍ତି ଘଟାଇବେ।
ବୃଷ -କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହେତୁ ଆପଣଙ୍କୁ ଯାତ୍ରା କରିବାକୁ ପଡିପାରେ । କାର୍ଯ୍ୟ କ୍ଷେତ୍ରରେ ପ୍ରୟାସ ଆସନ୍ତାକାଲି ସଫଳ ହେବ | କିଛି ଗୁରୁତ୍ଵପୂର୍ଣ୍ଣ ନିଷ୍ପତି ନେବେ । ଦାମ୍ପତ୍ତ୍ୟ ଜୀବନରେ ଖୁସି ଲାଗି ରହିବ। ବନ୍ଧୁଙ୍କ ସହଯୋଗ ପାଇବେ ।
ମିଥୁନ -ଚାକିରୀ କରୁଥିବା ବ୍ୟକ୍ତିଙ୍କୁ ନୂତନ ଚାକିରି ଯୋଗ ରହିଛି । ଧନ ସଞ୍ଚୟ ପାଇଁ ଦିନଟି ଉତ୍ତମ ରହିଛି । ବ୍ୟବସାୟିକ କାର୍ଯ୍ୟକଳାପ ରବିବାର ବୃଦ୍ଧି ପାଇବ । ଦାୟିତ୍ଵକୁ ଭଲ ଭାବରେ ପୂରଣ କରିବେ । ବିଦ୍ୟାର୍ଥୀ ମାନେ ମନଲଗାଇ ପଢ଼ିବେ ।
କର୍କଟ-ଭାଇ,ବନ୍ଧୁ ଓ କୁଟୁମ୍ବ ଲୋକଙ୍କ ସହ ସାଧାରଣ କଥାରେ ପାଟିତୁଣ୍ଡ ହୋଇପାରେ। ଆକସ୍ମିକ ଭାବରେ ଜଣେ ପ୍ରତିଷ୍ଠାବାନ୍ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି ଆମତ୍ବିଭୋର ହୋଇପାରନ୍ତି। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ ବିଦ୍ରୋହ ଓ ଅଶାନ୍ତି ବଢ଼ିବ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ତଥା ପ୍ରତିଯୋଗିତାରେ ସଫଳତା ଅର୍ଜନ କରିବେ।
ସି˚ହ-ସମସ୍ୟା ସମାଧାନ କରିବାର ରାସ୍ତା ଖୋଜି ପାଇ ପାରିବେ ନାହିଁ। ସହକର୍ମୀଙ୍କ କଥାରେ ପ୍ରଭାବିତ ହୋଇ କୌଣସି କାମ କରି ପରେ ଅନୁତାପ କରିପାରନ୍ତି। କ୍ରୀଡ଼ା, କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
କନ୍ୟା – ରବିବାର ପରିବାର ସଦସ୍ୟଙ୍କ ସହିତ ଖୁସିର ମୁହୂର୍ତ୍ତ ବିତାଇବେ । ବ୍ୟବସାୟରେ ଆଜି ପ୍ରଗତି ପାଇଁ ଅନେକ ସୁବର୍ଣ୍ଣ ସୁଯୋଗ ପାଇବେ | କର୍ମକ୍ଷେତ୍ରରେ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ସମର୍ଥ ହେବେ । ମାନସିକ ଶାନ୍ତି ବଜାୟ ରହିବ ।
ତୁଳା – ରବିବାର ଦିନଟିରେ ଆର୍ଥିକ ଉନ୍ନତି ହେବ | ଆସନ୍ତାକାଲି ଆପଣଙ୍କର କୌଣସି ଇଚ୍ଛା ପୂରଣ ହୋଇପାରେ । ଅବିବାହିତ ଲୋକଙ୍କ ପାଇଁ ଦିନଟି ଭଲ ଅଟେ । ବିବାହ ପ୍ରସ୍ତାବ ପାଇବାର ମଧ୍ୟ ସମ୍ଭାବନା ଅଛି । ଆକସ୍ମିକ ପ୍ରାପ୍ତି ହେବ ଏବଂ ବିଦ୍ୟାର୍ଥୀ ମାନେ ଲାଭବାନ ହେବେ ।
ବିଛା – ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ଏବଂ ପାରିବାରିକ ଜୀବନ ରେ ଖୁସି ଲଗିରହିବ। ଆୟ ବୃଦ୍ଧିର ଯୋଗ ରହିଛି । ସମାଜରେ ପ୍ରତିଷ୍ଠା ଲାଭ କରିବେ। ବିଦ୍ୟାର୍ଥୀ ନୂତନସ୍ଥାନ ପ୍ରାପ୍ତ କରିବେ । ଦାମ୍ପତ୍ୟ ଜୀବନ ମଧୁର ହେବ ।
ଧନୁ-ରବିବାର ଆପଣ ନିଜକୁ ଶକ୍ତିରେ ପରିପୂର୍ଣ୍ଣ ଅନୁଭବ କରିବେ । ଆପଣ ଯାହା ବି କାମ କରନ୍ତି, ସମୟ ପୂର୍ବରୁ ଏହା ସମାପ୍ତ ହେବ । କର୍ମ କ୍ଷେତ୍ର ରେ ଅଭିଜ୍ଞତାରୁ ଲାଭ ମିଳିବ । ଭ୍ରମଣ ଯୋଗ ରହିଛି ସ୍ବାସ୍ଥ୍ୟାବସ୍ଥା ଉତ୍ତମ ରହିବ ।
ମକର – ଆପଣଙ୍କୁ କିଛି କାମ ପାଇଁ ଯାତ୍ରା କରିବାକୁ ପଡିବ | ମାନସିକ ବିଭ୍ରାଟ ହେତୁ କାର୍ଯ୍ୟରେ ଧ୍ୟାନ ଦେବାରେ ଅସୁବିଧା ହେବ । ନିଜ ସାଥୀ ଙ୍କୁ ହୃଦୟର ଜିନିଷ ଲୁଚାନ୍ତୁ ନାହିଁ । ଚାକିରି ବୃତ୍ତିରେ ବୟସ୍କମାନଙ୍କ ସହଯୋଗ ମିଳିବ । ବିଦ୍ୟାର୍ଥୀ ଲାଭବାନ ହେବେ ।
କୁମ୍ଭ – ଆସନ୍ତାକାଲି ମିଶ୍ରିତ ଫଳାଫଳ ଆସିବ, କିନ୍ତୁ ସେଗୁଡ଼ିକ ଆପଣଙ୍କ ସପକ୍ଷରେ ରହିବ । ଅଦରକାରୀ କାର୍ଯ୍ୟକଳାପରେ ଆପଣଙ୍କର ସମୟ ଏବଂ ଶକ୍ତି ନଷ୍ଟ କରନ୍ତୁ ନାହିଁ । ତୁମର ନିଷ୍ପତ୍ତି ଉପରେ ଉପଯୁକ୍ତ ଧ୍ୟାନ ଦିଅ । ନିବେଶ ପାଇଁ ଦିନଟି ଭଲ ରହିଛି ।
ମୀନ – ରବିବାର ଆପଣ ପରିବାର ସଦସ୍ୟଙ୍କ ସହିତ ସର୍ବାଧିକ ସମୟ ବିତାଇବାକୁ ଏକ ସୁଯୋଗ ପାଇବେ। ରାଜନୈତିକ ବ୍ୟକ୍ତିମାନେ ସମାଜରେ ଏକ ଭଲ ଭାବମୂର୍ତ୍ତି ପାଇବେ । ବ୍ୟବସାୟ ସନ୍ତୋଷ ଜଣକ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।