ରାଜ୍ୟରେ୩ ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା ।

ସୋମବାର ଅନୁଷ୍ଠିତ ବିଧାନସଭାର ପ୍ରଶ୍ନ କାଳରେ ବିଧାୟକ ଧ୍ରୁବ ସାହୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ରାଜ୍ୟରେ ଆତ୍ମହତ୍ୟା ଘଟଣା ସମ୍ପର୍କରେ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଶେଷ କରି ଯୁବ ସମାଜରେ ଏଭଳି ନକାରାତ୍ମକ ଭାବନା ସୃଷ୍ଟି ହେଉଛି । ରାଜ୍ୟରେ୩ ବର୍ଷରେ ଦାୟର ହୋଇଛି ୧୭ ହଜାର ୭ ଶହ ୭୮ ଆତ୍ମହତ୍ୟା ମାମଲା । ୩ ବର୍ଷରେ ୨୧୮ ଛାତ୍ର କରିଛନ୍ତି ଆତ୍ମହତ୍ୟା । ସେହିପରି ୩ ବର୍ଷ ରେ ୨୬୩ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା । ୨୦୨୩ ରେ ସର୍ବାଧିକ ୧୦୪ ଛାତ୍ରୀ କରିଛନ୍ତି ଆତ୍ମହତ୍ୟା ।