ରାଜ୍ୟସ୍ତରୀୟ ତାଏକୋଣ୍ଡ ପ୍ରତିଯୋଗିତା ରେ ଅଂଶଗ୍ରହଣ କରି କଳାହାଣ୍ଡି ଜିଲ୍ଲା ପାଇଁ ସିଲଭର ଓ କଂସୀୟ ପଦକ ଆଣିଲେ ୭ ଖେଳାଳ l

ଜିଲ୍ଲାର ବ୍ଲାକ ପାନ୍ଥର ଟାଏକୋଣ୍ଡୋ ଏକାଡେମୀ, ମ.ରାମପୁର ପକ୍ଷରୁ ୧୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ lଥୁଆମୂଳ ରାମପୁର,୧୧/୧୨- (ଦୁର୍ଗା କୀର୍ତ୍ତି):- ରାଜ୍ୟସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ୨୦୨୪ ରେ ୩୦ ଗୋଟି ଜିଲ୍ଲାର ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ କଳାହାଣ୍ଡି ଜିଲ୍ଲା ତାଏକୋଣ୍ଡ ଫେଡରେସନ୍ ର ସମ୍ପାଦକ ବବୃ ବାହନ ବୁଦ୍ଧିଆଙ୍କ ନିର୍ଦ୍ଦେଶ କ୍ରମେ କଳାହାଣ୍ଡି ଜିଲ୍ଲାରୁ ୧୨ ଜଣ ଖେଳାଳୀ କୋଚ ସୋମେଶ୍ୱର ଗୌଡ଼ଙ୍କ ତ୍ଵତ୍ବାବଧାନରେ ଏବଂ ବ୍ଲାକ ପାନ୍ଥର ଟାଏକୋଣ୍ଡୋ ଏକାଡେମୀ ମ. ରାମପୁର ସଭାପତି ଋଷଭ ମାଝୀ ଙ୍କ ସହଯୋଗରେ ଅଂଶଗ୍ରହଣ କରିଥିଲେ l ସେଥିମଧ୍ୟରୁ ଥୁଆମୂଳ ରାମପୁର ବ୍ଲକ୍ ରୁ ୨ ଟି ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ ସେମାନଙ୍କ ମଧ୍ୟରେ ରହିଛନ୍ତି କଳାହାଣ୍ଡି ଜିଲ୍ଲା ବନ ପାହାଡ଼ ଘେରା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁରର ଲାବଣ୍ଯ ନାଏକ ରୋପ୍ୟ ଏବଂ ପୁରୁଷୋତ୍ତମ ନାଏକ ଦୁହେଁ କଂସୀୟ ପଦକ ହାସଲ କରିଛନ୍ତି l ଏହି ସଫଳତାରେ ଥୁଆମୂଳ ରାମପୁର ସହରର ପାଇଁ ଗୌରବ ଆଣିଥିବା ବେଳେ ଏହାକୁ ନେଇ ବିଭିନ୍ନ ମହଲରେ ଶୁଭେଚ୍ଛାର ସ୍ଵ ଛୁଟୁଛି l

ସେହିପରି କଲମପୁର ବ୍ଲକ୍ ର ବସନ୍ତ ଦୁର୍ଗା ଏବଂ ନେତ୍ରା ନନ୍ଦ ବେମାଲ ଉଭୟେ ଅଂଶଗ୍ରହଣ କରିଥିଲେ ସେଥିରୁ ବସନ୍ତ ଦୁର୍ଗା ରୋପ୍ୟ ପଦକ ହାସଲ କରିଛନ୍ତି l ଯାହାକୁ ନେଇ ସେମାନଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଉଛି l ସେଭଳି ମ.ରାମପୁର ବ୍ଲକ୍ ର ୨ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ, ସେଥିରୁ ଡୋଲେଶ୍ବର୍ ଭୋଇ କଂସୀୟ ପଦକ ପାଇଥିଲେ l ସେଭଳି କେସିଙ୍ଗା ବ୍ଲକ ର ଆନନ୍ଦ କୁମାର ସେନାପତୀ ଅଂଶଗ୍ରହଣ କରିଥିଲେ ସେ ମଧ୍ୟ କଂସୀୟ ପଦକ ହାସଲ କରିଛନ୍ତି ଓ ନାର୍ଲ ବ୍ଲକ୍ ରୁ ୫ଜଣ ପ୍ରତିଯୋଗୀ ଅଂଶଗ୍ରହଣ ଥିଲେ ସେଥିରୁ ଋଷଭ ମାଝୀ କଂସୀୟ ଏବଂ ଡୋଳମଣୀ ମାଝୀ କଂସୀୟ ପଦକ ହାସଲ କରି ଜିଲ୍ଲା ତଥା ନିଜ ବ୍ଲକ୍ ପାଇଁ ଗର୍ବ ଆଣିଛନ୍ତି l ସୂଚନା ଯୋଗ୍ୟ ଯେ ରାଜ୍ୟସ୍ତରୀୟ ଏହି ପ୍ରତିଯୋଗିତା ରେ ବିଭିନ୍ନ ଜିଲ୍ଲା ରୁ ପାଖାପାଖି ୪୫୦ ରୁ ଉର୍ଦ୍ଧ ଖେଳାଳି ଅଂଶଗ୍ରହଣ l ଭଦ୍ରକ ଜିଲ୍ଲା ସ୍ଥିତ ମାହାୱାର ଭବନ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ମୁଖ୍ୟ ଭାବରେ ସ୍ଥାନୀୟ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତ ରାଏ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଭଦ୍ରକ ଜିଲ୍ଲା ଅତିରିକ୍ତ ଆରକ୍ଷ ଅଧିକାରୀ ଅଂଶୁମାନ ଦ୍ୱିବେଦୀ, ଭଦ୍ରା ଜିଲ୍ଲା ତାଏକୋଣ୍ଡ ଏକାଡେମୀ ସଭାପତି ରଞ୍ଜିତା ସ୍ୱାଇଁ ଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ବିଜେତା ପ୍ରତିଯୋଗୀଙ୍କୁ ମାନପତ୍ର ସହ ପଦକ ପ୍ରଦାନ କରି ବିଭିନ୍ନ ଜିଲ୍ଲାରୁ ଯାଇଥିବା ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ l