ରାଜ୍ୟ ସରକାର ବି ବଢାଇଲେ ଗରିବଙ୍କୁ ମାଗଣା ଚାଉଳ ଅବଧି ।
କେନ୍ଦ୍ର ପରେ ରାଜ୍ୟ ସରକାର ମଧ୍ୟ ବଢାଇଲେ ଗରିବଙ୍କୁ ମାଗଣା ଚାଉଳ ଅବଧି । ୨୦୨୮ ପର୍ଯ୍ୟନ୍ତ ବଢିଲା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି ଯେ, ଗରିବ ଲୋକଙ୍କ ପାଇଁ ଏହା ନିହାତି ଆବଶ୍ୟକ । ରାଜ୍ୟ ସରକାରଙ୍କ ନିଜସ୍ଵ ଯୋଜନାରେ ମଧ୍ୟ ସେହି ଅନୁପାତରେ ମାଗଣାରେ ଚାଉଳ ଯୋଗାଣ ଅବଧି ବୃଦ୍ଧି କରିବେ । ଏହାସହ ମନ୍ତ୍ରୀ କହିଛନ୍ତି, ରାସନ କାର୍ଡ Ekyc ଚାଲିଛି । ପାଖାପାଖି ୨ କୋଟି ୩୦ ଲକ୍ଷ Ekyc ସରିଲାଣି । ୧ କୋଟି ପାଖାପାଖି ଲୋକଙ୍କ Ekyc ବାକି ଅଛି । ତେବେ ୧୫ରୁ ୨୦ ଦିନ ଭିତରେ Ekyc ସରିଯିବ । ତା ପରେ ନୂଆ ରାସନ କାର୍ଡ ବଣ୍ଟନ କରାଯିବ