ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ସହ ବିପଦ ପୂର୍ଣ୍ଣ ଅବସ୍ଥାରେ ମହୁଲପାଟଣା ମୁଖ୍ୟ ରାସ୍ତା l

ଥୁଆମୂଳ ରାମପୁର,୦୪/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ର ବିଭିନ୍ନ ଗ୍ରାମପଞ୍ଚାୟତ କୁ ଭଲ ରାସ୍ତା ସଂଯୋଗ କରିବା ଉଦ୍ଦେଶ୍ୟରେ ପୂର୍ବ ରାଜ୍ୟ ସରକାରଙ୍କ ପକ୍ଷରୁ ଗତ କିଛି ମାସ ଠାରୁ ବ୍ଲକ୍ ର ବିଭିନ୍ନ ମୁଖ୍ୟ ରାସ୍ତା ମାନଙ୍କର ସମ୍ପ୍ରସାରଣ କରିବା ଉଦ୍ଦେଶ୍ୟ ରେ ପାଖାପାଖି ୪୮ ରୁ ୫୦ କୋଟିର ବ୍ୟୟ ବରାଦ କରାଯାଇଛି। ସେଭଳି ଥୁଆମୁଳ ରାମପୁର ଠାରୁ ମହୁଲପାଟଣା କୁ ସଂଯୋଗ କରୁଥିବା ରାସ୍ତା ନବୀକରଣ ଓ ସଂପ୍ରସାରଣ ପିଡବ୍ଲୁଡି ବିଭାଗ ଦ୍ଵାରା କାର୍ଯ୍ୟ ଚାଲିଛି ହେଲେ ତାହା ସଂପୂର୍ଣ୍ଣ ନିମ୍ନମାନର ବୋଲି ସ୍ଥାନୀୟ କିଛି ସଚେତନ ଯୁବକ ସୋସିଆଲ ମିଡିଆରେ ଫୋଟୋ ସହ ଭିଡିଓ ପୋଷ୍ଟ କରିବା ସହ ଅଭିଯୋଗ କରିଛନ୍ତି l ଅଭିଯୋଗ ମୁତାବକ, ପୂର୍ତ୍ତ ବିଭାଗ ଅଧୀନରେ ଥିବା ବ୍ଲକର ମୁଖ୍ୟରାସ୍ତା ଦେଇ ପ୍ରତ୍ୟେକ ଦିନ ଶତାଧିକ ମାଲ୍‌ବାହୀ ଓ ଯାତ୍ରୀବାହୀ ଗାଡ଼ି ଯିବାଆସିବା କରୁଛି। କିନ୍ତୁ ଏହି ରାସ୍ତା ମଝିରେ ବିଦ୍ୟୁତ୍‌ ଖୁଣ୍ଟ ରହିଥିବାରୁ ଅନେକ ସମୟରେ ଲୋକେ ଛୋଟ ବଡ଼ ଦୁର୍ଘଟଣାର ଶିକାର ହେବାର ଭୟ ମଧ୍ୟ କରୁଛନ୍ତି l ରାତି ହେଲେ ଏହି ରାସ୍ତା ଦେଇ ଯାଉଥିବା ଅଜଣା ଲୋକମାନେ ଇଲେକ୍ଟ୍ରି ପୋଲ୍‌ରେ ପିଟି ହେବାରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି l ରାସ୍ତା କାର୍ଯ୍ୟ ସମୟରେ ପୂର୍ତ୍ତ ବିଭାଗ ଓ ବିଦ୍ୟୁତ୍‌ ବିଭାଗ ସମନ୍ବୟରେ ରାସ୍ତା ଉପରେ ରହୁଥିବା ଖୁଣ୍ଟ ସ୍ଥାନାନ୍ତର କରାଯିବା କଥା। କିନ୍ତୁ ଏହା କରା ନ ଯାଇ ପିଚୁ ଢାଳିବା କାର୍ଯ୍ଯ ଶେଷ ହୋଇଯାଇଛି, ଏହାଯୋଗୁଁ ଲୋକମାନେ ବିଶେଷ କରି ଏଠାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୂରନ୍ତ ଖୁଣ୍ଟ ସ୍ଥାନାନ୍ତର କରାଯିବା ସହ କିଛି ରାସ୍ତାରେ ଓହଳି ରହିଥିବା ବିଦ୍ଯୁତ ତାର ଗୁଡିକ କୁ ସଜାଡ଼ି ଦେବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ଏ ଘଟଣା କେତେ ଦୂର ଠିକ୍ ବୋଲି ଆମ ପ୍ରତିନିଧି ମଧ୍ୟ ଗ୍ରାଉଣ୍ଡ ଜିରୋକୁ ଯାଇ ପରଖି ଦେଖିଥିଲେ ହେଲେ ରାସ୍ତା କାର୍ଯ୍ଯରେ ବିନା ସୂଚନା ଫଳକରେ ଅତିନିମ୍ନ ମାନର ବାଲି, ଚିସ୍ପ ଓ ମୋରୁମ ବଦଳରେ ନାଲି ମାଟି ବିଛାଇ ସଂପ୍ରସାରଣ କାର୍ଯ୍ଯ ହେଉଥିବା ବେଳେ ଯେଉଁ ଠାରେ ପୋଲର ଆବଶ୍ୟକତା ରହିଛି ସେଠାରେ ହୁମପାଇବ ଓ ଯେଉଁଠି ହୁମପାଇବ ର ଆବଶ୍ୟକ ରହିଛି ସେଠାରେ ପୋଲ ଲାଗାଯାଉଥିବା ଦେଖିବାକୁ ମିଳିଛି। ଏମିତି କି ପୋଲ ନିର୍ମାଣ ପାଇଁ ଯେଉଁ ରାସ୍ତା ଖୋଲା ଯାଇଛି ସେଠାରେ ଲୋକଙ୍କ ନିମନ୍ତେ ସତର୍କ ସୂଚନା ମଧ୍ୟ ଲଗାଯାଇନାହିଁ l

ଏହାଛଡା ଘାଟି ରାସ୍ତାକୁ ଭଲ ଭାବରେ ଘାଟି କଟାଯାଉ ନାହିଁ, କମ୍ ଘାଟି କାଟି ଯଦି ରାସ୍ତା କାର୍ଯ୍ଯ କରାଯାଏ ତେବେ ରାସ୍ତା କରି କି ଲାଭ ବୋଲି ଅଞ୍ଚଳ ଲୋକେ ଆଲୋଚନା କରୁଛନ୍ତି । ବର୍ତ୍ତମାନ୍ ଥୁଆମୁଳ ରାମପୁର ଓ ମହୁଲପାଟଣା ମୁଖ୍ୟ ରାସ୍ତାରେ ପିଚୁ ଢଳିବା ଆରମ୍ଭ କରାଯାଇଛି ଢାଳିବା କିଛି ସମୟ ପରେ ପିଚୁ ଉଠିଯାଉଛି l ରାସ୍ତାରେ ପୂର୍ବରୁ ଯେଉଁ ପୂରୁଣା ପୋଲ ଗୁଡିକ ରହିଥିଲା ସେଥିରୁ କିଛି ପୋଲକୁ ସଂପ୍ରସାରଣ କରାଯାଉଛି, ହେଲେ ପୂରୁଣା ପୋଲ ରାସ୍ତା ମଝିରେ ରହିବ ତାହାହେଲେ ରାସ୍ତା ଓ ପୋଲର ସ୍ଥାୟୀତ୍ବକୁ ନେଇ ସନ୍ଦେହ ସୃଷ୍ଟି କରୁଅଛି। ରାସ୍ତାର କାର୍ଯ୍ଯ ସ୍ଥଳରେ ବିଭାଗୀୟ ଅଧିକାରୀ ଉପସ୍ଥିତ ନରହି କାମ କରୁଥିବା ନେଇ ସହଜରେ ଜଣାପଡେ ଯେ ଠିକା ସଂସ୍ଥା ଓ ବିଭାଗୀୟ କର୍ମଚାରୀଙ୍କ ମଧୁଚନ୍ଦ୍ରୀକାରେ ଉକ୍ତ ରାସ୍ତା କାର୍ଯ୍ଯ ଆଗେଇ ଚାଲିଛି। ନିମ୍ନମାନର ବାଲି, ଚିସ୍ପ,ମେଟାଲ ଓ ସିମେଣ୍ଟ ବ୍ଯବହାର କରାଯାଇଥିବା ରାସ୍ତା ଅଳ୍ପ ଦିନ ମଧ୍ୟରେ ଭୁଷୁଡି ଯିବା ସମ୍ଭାବନା ରହିଛି। ଏସଂପର୍କରେ ପିଡବ୍ଲୁଡି ବିଭାଗ ଏଇଇ, ଜେଇ ଙ୍କୁ ଫୋନ ଯୋଗେ ଯୋଗାଯୋଗ କଲେ ଯୋଗାଯୋଗ ହୋଇପରୁନଥିବାରୁ ରାସ୍ତାରେ ବିଦ୍ଯୁତ ଖୁଣ୍ଟ ରହିଥିବା ସମ୍ପର୍କରେ ବିଦ୍ୟୁତ୍‌ ବିଭାଗ ଜେଇ ଅମିତ୍ ନାୟକଙ୍କୁ ପଚାରିବାରୁ, ହଁ ଆମ ବିଭାଗକୁ ପିଡବ୍ଳୁଡି ପକ୍ଷରୁ ଚିଠି କରିଛନ୍ତି ହେଲେ ଆମ୍ଭେ ରାସ୍ତାରେ ଥିବା ଗୋଟିଏ ଖୁଣ୍ଟକୁ ଅନ୍ଯତ୍ର ସ୍ଥାନାନ୍ତର କରିବୁ ଆଉ ଅନ୍ଯାନ୍ଯ ଖୁଣ୍ଟକୁ ସ୍ଥାନାନ୍ତର କରି ପାରିବୁ ନାହିଁ, ତାହା କରିବା କୁ ଆହୁରି ସମୟ ଲାଗିବ ଏବଂ ଯେଉଁସ୍ଥାନରେ ରାସ୍ତା ଉପରେ ଖୁଣ୍ଟ ରହିଛି ସେଗୁଡ଼ିକୁ ସ୍ଥାନାନ୍ତର କରାଯାଇଛି। ଏବଂ ମହୁଲପାଟଣା ମୁଖ୍ୟ ରାସ୍ତାର ବିଦ୍ୟୁତ୍ ଖୁଣ୍ଟ ଖୁବ୍‌ଶୀଘ୍ର ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହେବା ବୋଲି କହିଛନ୍ତି। ତେବେ ରାସ୍ତା ଉପରେ ଥିବା ଅନ୍ଯାନ୍ଯ ଖୁଣ୍ଟ ଦ୍ବାରା ଯୋଦି ଦୁର୍ଘଟଣା ଘଟେ ଏଥିରେ ଠିକା ସଂସ୍ଥା ଦାୟୀ ହେବେ ନା ବିଦ୍ଯୁତ ବିଭାଗ ଦାୟୀ ରହିବେ ସେନେଇ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି l