ରିଲିଜ୍‌ ପୂର୍ବରୁ ‘Gadar 2’ ଭାଙ୍ଗିଲା ସମସ୍ତ ରେକର୍ଡ

 ଆସନ୍ତା ୧୧ ତାରିଖରେ ସିନେମାଘରକୁ ଆସିବ ସନି ଦେଓଲଙ୍କ ବହୁପ୍ରତୀକ୍ଷିତ  ଫିଲ୍ମ ‘ଗଦର-୨’ । ରିଲିଜ୍‌ ପୂର୍ବରୁ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ୍‌ ଦେଖିବାକୁ  ମଳୁଛି । ଫିଲ୍ମର ଟ୍ରେଲର୍‌କୁ ୨୪ ଘଣ୍ଟାରେ ୪.୧ କୋଟି ୟୁଜର୍‌ ଦେଖିଛନ୍ତି ।  ଫିଲ୍ମର ଆଡ୍‌ଭାନ୍ସ ଟିକେଟ୍‌ ବୁକିଂ ବି ଆରମ୍ଭ ହୋଇଯାଇଛି । ରିଲିଜ୍‌ ଦିନ ପାଇଁ  ୯୦ ହଜାରରୁ ଅଧିକ ଟିକେଟ୍‌ ବିକ୍ରି ହୋଇ ସାରିଲାଣି । ସେଇ ହିସାବରେ  ରିଲିଜ୍‌ ପୂର୍ବରୁ ଫିଲ୍ମର ୨.୪୨ କୋଟି ଆୟ ହୋଇସାରିଛି ।  ଦିଲ୍ଲୀରେ ସର୍ବାଧିକ ବୁକିଂ ହୋଇଛି ।