ରିଲିଜ ହେବ ‘ପୋନିୟିନ ସେଲଭନ-୨’ର ଟ୍ରେଲର

ନିର୍ଦ୍ଦେଶକ ମଣି ରତ୍ନମଙ୍କ ପ୍ରସିଦ୍ଧ ଚଳଚ୍ଚିତ୍ର ‘ପୋନିୟିନ୍ ସେଲଭାନ୍’ର ସଫଳତା ପରେ ପ୍ରଶଂସକମାନେ ଏହି ଚଳଚ୍ଚିତ୍ରର ପାର୍ଟ-୨ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଏହାରି ମଧ୍ୟରେ ଏବେ ଫିଲ୍ମର ଟ୍ରେଲର ରିଲିଜ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ନିର୍ମାତାମାନେ ‘ପୋନିୟିନ ସେଲଭନ-୨’ର ଏକ ପୋଷ୍ଟର ସହିତ ଫିଲ୍ମର ଟ୍ରେଲରର ରିଲିଜ ତାରିଖ ଘୋଷଣା କରିଛନ୍ତି। ଟ୍ରେଲର ମାର୍ଚ୍ଚ ୨୯ରେ ରିଲିଜ ହେବ।

ଚଳଚ୍ଚିତ୍ର ନିର୍ମାତାମାନେ ଶେୟାର କରିଥିବା ପୋଷ୍ଟରରେ ମୁଖ୍ୟ କଳାକାର ଚିଆନ ବିକ୍ରମ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ନଜର ଆସିଛନ୍ତି। କହିବାକୁ ଗଲେ ‘PS-1’ ୩୦ ସେପ୍ଟେମ୍ବର ୨୦୨୨ରେ ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ରଟି ଭାରତୀୟ ବକ୍ସ ଅଫିସରେ ୨୫୦ କୋଟିରୁ ଅଧିକ ଆୟ କରିଥିବାବେଳେ ବିଶ୍ୱ ଚଳଚ୍ଚିତ୍ର ୪୫୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି।