ରିଲିଜ ହେଲା ‘ଆଦିପୁରଷ’ର ନୂଆ ପୋଷ୍ଟର

ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଷ୍ଟାରର ମୁଭି ‘ଆଦିପୁରୁଷ’ ୩ଡିରେ ନିର୍ମାଣ କରାଯାଉଛି। ଏହାସହ ଏଥିରେ ଭିଏଫଏକ୍ସ, ସ୍ପେଶାଲ ଇଫେକ୍ସର କାମ ବହୁତ କରାଯାଇଛି। ଏହି ମୁଭିକୁ ପ୍ରଥମେ ଅଗଷ୍ଟ ୨୦୨୨ରେ ରିଲିଜ କରିବାର ଟାର୍ଗେଟ ରଖାଯାଇଥିଲା। ହେଲେ ଏହା ରିଲିଜ ହୋଇପାରିଲା ନାହିଁ। ଗତବର୍ଷ ବିଜୟା ଦଶମୀରେ ଫିଲ୍ମର ଟିଜର ଟ୍ରେଲର ଶେୟାର କରାଯାଇଥିଲା।

ହେଲେ ଦର୍ଶକଙ୍କୁ ଫିଲ୍ମରେ ସ୍ପେଶାଲ ଇଫେକ୍ଟସର କାମ ପସନ୍ଦ ଆସି ନ ଥିଲା। ବହୁତ ଲୋକେ ଏହାକୁ କାର୍ଟୁନ ଫିଲ୍ମ ଭଳି କହି ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ।ବର୍ତ୍ତମାନ ଫିଲ୍ମର ନୂଆ ମୋସନ ପୋଷ୍ଟର ରିଲିଜ୍ ହୋଇଛି। ଏହା ଏପରି ଭାବରେ ଉପସ୍ଥାପିତ ହୋଇଛି ଯେ ଭଗବାନ ଶ୍ରୀ ରାମଙ୍କ ପ୍ରତି ଭକ୍ତିର ପ୍ରଶଂସା ଦର୍ଶକଙ୍କ ହୃଦୟକୁ ପରିପୂର୍ଣ୍ଣ କରୁଛି।ବର୍ତ୍ତମାନ ଅକ୍ଷୟ ତୃତୀୟାର ଅବସରେ ‘ଆଦିପୁରୁଷ’ର ଟିମ୍’ ଜୟ ଶ୍ରୀ ରାମ’ର ଗୀତ ସହିତ ଚଳଚ୍ଚିତ୍ରର ଏକ ମୋସନ ପୋଷ୍ଟର ରିଲିଜ କରିଛନ୍ତି ।

ଏହି ପୋଷ୍ଟର ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡ ଭାଷାରେ ମୁକ୍ତିଲାଭ କରିଛି। କ୍ରିତି ସାନନ୍ ଏହାକୁ ନିଜ ଇନଷ୍ଟାଗ୍ରାମ ପେଜ୍‌ରେ ପୋଷ୍ଟ କରିଛନ୍ତି। କ୍ୟାପସନରେ ଲେଖିଛନ୍ତି, ‘ଯେତେବେଳେ ତୁମେ ଯାଇପାରିବ ନାହିଁ ସବୁ ଧାମ, ସେତେବେଳେ କେବଳ ପ୍ରଭୁ ଜୟ ଶ୍ରୀ ରାମଙ୍କ ନିଅ ନାମ ।’ ଏହା ସହ କ୍ରିତି, ପ୍ରଭାସ ଏବଂ ଆଦିପୁରୁଷ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରିଛନ୍ତି।