ରିଲେଶନସିପ୍ରେ ଅଛନ୍ତି ଦିଶା !
ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀ ତାଙ୍କ ଲଭ୍ ଲାଇଫ୍କୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି। ଅଭିନେତା ଟାଇଗର ଶ୍ରଫ୍ଙ୍କ ସହ ଦିଶାଙ୍କ ପ୍ରେମ ସମ୍ପର୍କକୁ ଦର୍ଶକ ଅନେକ ପସନ୍ଦ କରୁଥିଲେ। ନିକଟରେ ଅଭିନେତ୍ରୀ ଏକ ପାର୍ଟୀରେ ଏମିତି ଜଣେ ବ୍ୟକ୍ତିଙ୍କ ସହ ନଜର ଆସିଛନ୍ତି। ଯାହା ସହିତ ତାଙ୍କ ନାମ ଦୀର୍ଘ ଦିନ ଧରି ଯୋଡା ହୋଇ ଆସୁଛି। ଏବେ ଏମାନେ ଦୁହେଁ ପରସ୍ପରର ଅତି ନିକଟତର ଅଛନ୍ତି । ଯାହାକୁ ନେଇ ସେମାନଙ୍କ ଆଫେୟାରର ଖବର ସାମ୍ନାକୁ ଆସିଥିଲା। ସୋସିଆଲ ମିଡିଆରେ ଦିଶାଙ୍କ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି।
ଆଲେକ୍ଜାଣ୍ଡାର ଆଲେକ୍ସିକଙ୍କ ସହ ନଜରକୁ ଆସିଛନ୍ତି। ଦିଶା ତାଙ୍କ ବନ୍ଧୁଙ୍କ ସହ ଆଲେକ୍ଜାଣ୍ଡାରଙ୍କୁ ପରିଚୟ କରାଉଛନ୍ତି। ତେବେ ଆଲେକ୍ଜାଣ୍ଡାର ତାଙ୍କ ନୂଆ ବୟଫ୍ରେଣ୍ଡ ବୋଲି ଆଲୋଚନା ହେଉଛି। ଦିଶା ୨୦୧୫ରୁ ତାଙ୍କର ଅଭିନୟ କ୍ୟାରିୟର ତେଲୁଗୁ ଫିଲ୍ମ ଜରିଆରେ ଆରମ୍ଭ କରିଥିଲେ। ପରେ ସେ ଚାଇନିଜ୍ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ସେ ହିନ୍ଦୀ ଫିଲ୍ମ ବାଗୀ ଜରିଆରେ ଦର୍ଶକଙ୍କ ମନ କଣିଥିଲେ। ଶେଷଥର ପାଇଁ ତାଙ୍କୁ ୨୦୨୨ରେ ଏକ୍ ଭିଲିଆନ୍ ରିଟର୍ନସରେ ଦେଖିବାକୁ ମିଳିଥିଲା।