ରିୟା ଚକ୍ରବର୍ତ୍ତୀ ଙ୍କ ନୁଆ ପ୍ରେମିକ । ଏକାଠି ସାଙ୍ଗ ହୋଇ ରହୁଛନ୍ତି ଓ ସଂପର୍କ ବି ପୁରୁଣା।
ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କର ଦେହାନ୍ତ ପରେ ପରେ ରିୟା ସର୍ବସାଧାରଣ ଏବଂ ମିଡିଆକୁ ସାମ୍ନା କରିବାରେ ବହୁତ ଅସୁବିଧା ସମ୍ମୁଖୀନ ହୋଇଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ସୀମା ସଜଦେହଙ୍କ ଭାଇ ବଣ୍ଟି ସଜଦେହଙ୍କୁ ଡେଟ୍ କରୁଥିବା ନେଇ ଜଣାପଡିଛି। ବଣ୍ଟି ସ୍ପୋର୍ଟସ୍ ଏବଂ ମନୋରଞ୍ଜନ ଇଣ୍ଡଷ୍ଟ୍ରିର ଏକ ଟ୍ୟାଲେଣ୍ଟେଡ୍ ସଂସ୍ଥାର ମାଲିକ । ମିଡିଆ ସହ କଥାବର୍ତ୍ତା ସମୟରେ ଏକ ସୁତ୍ରରୁ ଜଣାପଡିଛି- ‘ବଣ୍ଟି ଏବଂ ରିୟା ଏକାଠି ଅଛନ୍ତି ଏବଂ ଖୁସି ଅଛନ୍ତି ।

ଉଭୟଙ୍କୁ ଏକାଠି ଦେଖିବା ବହୁତ ଭଲ। ଗତ କିଛି ବର୍ଷ ମଧ୍ୟରେ ରିୟା ଯାହା ସାମ୍ନା କରିଛନ୍ତି, ବଣ୍ଟି ଏଭଳି ପରିସ୍ଥିତିରେ ତାଙ୍କର ସୋପର୍ଟ ସିଷ୍ଟମ ହୋଇ ରହିଛନ୍ତି। ଯେତେବେଳେ ଜିନିଷଗୁଡ଼ିକ ଅଡୁଆ ହେଉଥିଲା, ବଣ୍ଟି ଲଗାତାର ତାଙ୍କ ସହିତ ଥିଲେ।
ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ ରିୟା ମଧ୍ୟ ବଣ୍ଟିଙ୍କ କ୍ଲାଇଣ୍ଟ ଥିଲେ। ଯେତେବେଳେ ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ପଚରାଉଚରା କରାଯାଉଥିଲା, ସେତେବେଳେ ବଣ୍ଟିଙ୍କୁ ମଧ୍ୟ ଡକାଯାଇଥିଲା। କହିବାକୁ ଗଲେ ବଣ୍ଟି ସଜଦେହ ସୋହେଲ ଖାନଙ୍କ ପୂର୍ବତନ ପତ୍ନୀ ସୀମା ସାଜଦେହଙ୍କ ଭାଇ। ସେବଣ୍ଟି ସାଜଦେହ କର୍ଣ୍ଣରଷ୍ଟୋନ ସ୍ପୋର୍ଟର ଏମଡି ତଥା ସିଇଓ ଅଟନ୍ତି।