ରେକର୍ଡ ଭାଙ୍ଗିଲା ‘ଗଦର-୨’

ଅଭିନେତା ସନ୍ନି ଦେଓଲଙ୍କ ବହୁ ପ୍ରତୀକ୍ଷିତ ମସାଲା ଆକ୍ସନ ଏଣ୍ଟରଟେନର୍‌ ‘ଗଦର ୨’ ବକ୍ସ ଅଫିସରେ ଜବରଦସ୍ତ ପ୍ରଦର୍ଶନ କରିଛି। ପରଦାରେ ତାରା-ସାକିନାଙ୍କ ଯୋଡିକୁ ଦେଖି ପ୍ରଶଂସକମାନେ ଖୁସି ଅଛନ୍ତି। ୨୨ ବର୍ଷ ପରେ ରିଲିଜ୍‌ ହୋଇଥିବା ଫିଲ୍ମର ସିକ୍ଵେଲ ଏହାର ସଫଳତାର ସିଢି ଚଡି ଚାଲିଛି ।  ଲାଗୁଛି ଫିଲ୍ମଟି ବକ୍ସ ଅଫିସ୍‌ରେ ସବୁ ଫିଲ୍ମର ରେକର୍ଡ ଭାଙ୍ଗିବ ।

‘ଗଦର ୨’ର କ୍ରେଜ୍ ଏପରି ଯେ ଲୋକମାନେ ଏହାକୁ ଦେଖିବା ପାଇଁ ଟ୍ରାକ୍ଟରରେ ହଲରେ ପହଞ୍ଚିଥିଲେ । ‘ଗଦର ୨’ ଉଦଘାଟନୀ ସପ୍ତାହରେ ୨୦୨୩ ମେଗା ବ୍ଲକବଷ୍ଟର ଚଳଚ୍ଚିତ୍ର ‘ପଠାନ’ ଏବଂ ‘ବାହୁବଳୀ’ର ରେକର୍ଡ ଭାଙ୍ଗିଛି। ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରୁ ଥିଏଟରରେ ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି। ପ୍ରଥମ ଦିନରେ ଫିଲ୍ମ ୪୦.୧୦ କୋଟି ଟଙ୍କା ରୋଜଗାର କରିଥିବାବେଳେ ଦ୍ୱିତୀୟ ଦିନରେ ୪୩.୦୮ କୋଟି ଟଙ୍କା ଏବଂ ତୃତୀୟ ଦିନରେ ୪୯.୫୦ ରୁ ୫୧.୫୦ କୋଟି ରୋଜଗାର କରିଛି।