ରେକର୍ଡ ଭାଙ୍ଗିଲା ‘ପଠାନ’ | କମାଲ୍ କରୁଛି ଫିଲ୍ମ

ବିଶ୍ୱ ବକ୍ସ ଅଫିସ୍‌ରେ ଶାହରୁଖ ଖାନ୍‌ଙ୍କ ଫିଲ୍ମ ମାତ୍ର ୪ ଦିନରେ ୪୦୦ କୋଟି ପାର୍ କରିଛି। କାର୍ଯ୍ୟ ଦିବସଗୁଡ଼ିକରେ ଫିଲ୍ମ ଯେତିକି ଆୟ କରିଛି ଛୁଟିଦିନରେ ତାଠୁ ଅଧିକ ଆୟ କରିବ ବୋଲି ବାଣିଜ୍ୟ ବିଶ୍ଳେଷକ କହୁଛନ୍ତି। ତେବେ ପୂର୍ବରୁ କୌଣସି ବଲିଉଡ୍ ଫିଲ୍ମ ଏତେ ଶୀଘ୍ର ଏତେ ୪୦୦ କୋଟିରେ ସାମିଲ୍ ହୋଇନଥିଲା।

ହେଲେ ପଠାନ ଏହି ରେକର୍ଡ କରିଛି।ଜାନୁଆରୀ ୨୫ରେ, ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବା ‘ପଠାନ’ର ବକ୍ସ ଅଫିସ ସଂଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇଛି।

ଶାହରୁଖ ଖାନଙ୍କ ଫିଲ୍ମର ମୋଟ ବକ୍ସ ଅଫିସରେ ସଂଗ୍ରହ ମାତ୍ର ୫ ଦିନ ମଧ୍ୟରେ ୨୭୭ କୋଟି ଅତିକ୍ରମ କରିଛି। ଆଜି ପର୍ଯ୍ୟନ୍ତ କୌଣସି ହିନ୍ଦୀ ଫିଲ୍ମ ରିଲିଜ ହେବାର ପ୍ରଥମ ୫ ଦିନ ମଧ୍ୟରେ ଏତେ ବଡ଼ ସଂଗ୍ରହ ସଂଗ୍ରହ କରିପାରି ନାହିଁ।