ଲଗାଣ ବର୍ଷାରେ ଘରଭାଗି ନଷ୍ଟ : ଅଳ୍ପକେ ବାର୍ତିଲେ ପରିବାର ଲୋକେ lଜୁନାଗଡ଼/ଥୁଆମୂଳ
ରାମପୁର,୦୯/୦୯-(ଦୁର୍ଗା କୀର୍ତ୍ତି): ଲଗାଣ ବର୍ଷା ପ୍ରଭାବରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ତହସିଲ ଅନ୍ତର୍ଗତ କୁଲିହାରି ଆର ଆଇ ସର୍କଲ ସ୍ଥିତ ଚାରଭାଟି ଗ୍ରାମର ରୁକଦ୍ଧର ମାସ୍ରା ଘର ଭାଙ୍ଗି ଯାଇଥିବା ବେଳେ ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି। ରୁକଦ୍ଧର ଓ ତାଙ୍କ ସ୍ତ୍ରୀ ପିଲା ଛୁଆ ଘରେ ରାତିରେ ସୋଇଥିବା ବେଳେ ପ୍ରାୟ ୨ଟା ସମୟରେ ପ୍ରବଳ ବର୍ଷା ହେବାରୁ ମାଟି ଘରଟି ହଠାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ବହୁ ଆସବାବପତ୍ର ନଷ୍ଟ ହୋଇଯାଇଛି।

୨ ବଖରା ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଏହି ସମୟରେ ରୁକଦ୍ଧର ଘର କାନ୍ତ ଭୁସୁଡ଼ିବା ଶୁଣି ସମସ୍ତଙ୍କୁ ଉଠାଇଥିଲେ ଓ ଅନ୍ୟତ୍ର ପଳାଇଥିଲେ ବୋଲି ଅଳ୍ପକେ ବର୍ତ୍ତି ଯାଇଥିଲେ। କଳାହାଣ୍ଡି ଜିଲାରେ ଗତକାଲି ଠାରୁ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ଘରଦ୍ୱାର ଭାଙ୍ଗି ଯାଉଥିବା ଖବର ଆସୁଛି।