ଲାଞ୍ଚ ନେବା ପଡ଼ିଲା ମାହାଙ୍ଗା : ଭିଜିଲାନ୍ସ ଜାଲରେ ଛନ୍ଦି ହେଲେ ଗୋପାଳପୁର ବିଜ୍ଞାନ କଲେଜ ପ୍ରିନ୍ସିପଲ୍ l

ଥୁଆମୂଳ ରାମପୁର,୬।୭-(ଦୁର୍ଗା କୀର୍ତ୍ତି):- ୧୦ ହଜାର ଟଙ୍କା ଲାଞ୍ଚ ନେବା ଘଟଣାରେ ଶୁକ୍ରବାର ଭିଜିଲାନ୍ସ ହାତରେ ଜଣେ କଲେଜ ଅଧ୍ଯକ୍ଷ ଧରାପଡିଥିବା ଜଣାପଡିଛି। ମିଳିଥିବା ସୂଚନାରୁ ଜଣାପଡିଛି ଯେ,
କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ସ୍ଥିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କର୍ଲାପାଟ ଗ୍ରାମର ସୁମିତ୍ରା ନାଏକଙ୍କ ଝିଅ ଙ୍କୁ ଯୁକ୍ତ ଦୁଇ ବିଜ୍ଞାନ ପ୍ରଥମ ବର୍ଷ ପାଇଁ ନାମ ଲେଖାଇବା ସମ୍ବନ୍ଧେ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ କଲେଜ ଅଧକ୍ଷ ନବିନ କୁମାର ସାହୁ, ସେ କଲେଜରେ ନାମ ଲେଖା ସହ ପ୍ରାକ୍ଟିକାଲ ପରୀକ୍ଷାରେ ସହଯୋଗ କରିବା ପାଇଁ ସୁମିତ୍ରାଙ୍କ ଝିଅ କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ।

ଏନେଇ ଛାତ୍ରୀଙ୍କ ମାଁ ଜିଲ୍ଲା ଭିଜିଲାନ୍ସ ବିଭାଗର ଦ୍ବାରସ୍ଥ ହୋଇଥିଲେ ପୂର୍ବ ଯୋଜନା ମୁତାବକ ଶୁକ୍ରବାର ଛାତ୍ରୀଙ୍କ ମା’କଲେଜରେ ପହଞ୍ଚିଥିଲେ। ସେଠାରେ କଲେଜ ଅଧ୍ଯକ୍ଷଙ୍କ କାର୍ଯ୍ଯାଳୟକୁ ଯାଇ ୧୦ ହଜାର ଟଙ୍କା ଲାଞ୍ଚ ଦେଇଥିଲେ। ଠିକ୍ ଏହି ସମୟରେ ଭିଜିଲାନ୍ସ ଟିମ୍ ଠିକ୍ ସମୟରେ କଲେଜରେ ପହଞ୍ଚି ଅଧ୍ଯକ୍ଷଙ୍କୁ କାବୁ କରି ୧୦ ହଜାର ଲାଞ୍ଚ ଟଙ୍କା ଜବତ କରିଥିବା ସହ ତାଙ୍କ ସରକାରୀ ବସ ଗୃହ ସମେତ କ୍ୟାମ୍ପସ
ଅନ୍ୟାନ୍ୟ କାର୍ଯ୍ୟାଳୟ ଯାଇ ଯାଞ୍ଚ କରିବା ବେଳେ କଲେଜ ର ସମସ୍ତ ଅଧିକାରୀଙ୍କୁ ପଚାର ଉଚରା କରିଥିବା ଜଣାପଡିଛି। ଅନ୍ୟପକ୍ଷେ ଭିଜିଲାନ୍ସ ଟିମ୍‌ ଅଧ୍ଯକ୍ଷ ଶ୍ରୀ ସାହୁଙ୍କୁ ଜିଲ୍ଲା ଭିଜିଲାନ୍ସ କାର୍ଯ୍ୟାଳୟ କୁ ନେଇ ଅଧିକ ପଚରାଉଚରା କରୁଛି। ତେବେ ଏହି ଘଟଣାକୁ ନେଇ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଭିଜିଲାନ୍ସ ବିଭାଗ ଆଉ ଟିକେ ଅଧିକ ପଚରା ଉଚରା କଲେ ପ୍ରକୃତ କାରଣ ଏବଂ ଅଧିକ ଦୁର୍ନୀତି ର ପରଦା ଫାସ ହେବ ବୋଲି ଲୋକେ ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି l

ଏନେଇ ଛାତ୍ରୀଙ୍କ ମାଁ ସୁମିତ୍ରା ନାଏକଙ୍କ ପ୍ରତିକ୍ରିୟା ନେବାରୁ ସେ କହିଲେ କି ଗତ ୫ତାରିଖରେ ମୋ ଝିଅ କୁ ଯୁକ୍ତ ଦୁଇ ବିଜ୍ଞାନ ରେ ନାମ ଲେଖାଇବା ପାଇଁ ପ୍ରଥମେ ୧୫ସହ ତାଙ୍କ ମାଗିଥିଲେ , ମାଗିବାରୁ ମୁଁ ଦେଲି ହେଲେ ମୋତେ କୌଣସି ରସିଦ୍ ମଧ୍ୟ ଦେଇ ନଥିଲେ ପରେ ପ୍ରିନ୍ସିପାଲ କହିଲେ କି ମୁ ତମ ଝିଅର ଆଡ଼ମିଶନ କରିବା ପାଇଁ କଲେକ୍ଟର ଅଫିସ୍ ରୁ ଅପ୍ରୋଭ କରି ଆଣିଛି ଏଣୁ ୧୦ହଜାର ଟଙ୍କା ଲାଗିବ ମୋତେ ଦିଅ , ପରେ ମୁଁ ପଇସା ଯୋଗାଡ କରୁ ଆଜି ଆଣି ଦେଇଥିଲି ହେଲେ କୌଣସି କାରଣ ରୁ ଜିଲ୍ଲା ଭିଜିଲାନ୍ସ ବିଭାଗ ଖବର ପାଇ ଆସିଥିଲେ ଏବଂ ସଂପୃକ୍ତ ଅଧ୍ୟକ୍ଷାଙ୍କୁ ଧରିଲେ ବୋଲି କହିଥିଲେ l

ଏହି ଚଡାଉ ବେଳେ ଭବାନିପାଟଣା ଭିଜିଲାନ୍ସ ଡିଏସ୍ପି ପ୍ରଦୀପ କୁମାର ଆଇଣ୍ଡ, ଇନ୍ସପେକ୍ଟର ପ୍ରମିଳା ସୁନା, ଏଏସଆଇ ବେଣୁଧର ବେହେରା, ଷ୍ଟେନୋ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ସାମିଲ ହୋଇଥିବା ସୂଚନା ମିଳିଛି l