ଲାମ ହେବ ନାହିଁ ସନ୍ନି ଦେଓଲଙ୍କ ବଙ୍ଗଳା
ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କ ଜୁହୁ ବଙ୍ଗଳା ଇ-ନିଲାମ ଉପରେ ରୋକ୍ ଲଗାଇଛି ବ୍ୟାଙ୍କ ଅଫ୍ ବରୋଦା। ଏବେ ଏହାକୁ ନେଇ ବିବାଦ ଘନେଇବାରେ ଲାଗିଛି। କଂଗ୍ରେସ ଦଳ ଏବେ ପ୍ରଶ୍ନ ଉଠାଇଛି । କଂଗ୍ରେସ ନେତା ଜୟରାମ ରମେଶ ଟ୍ୱିଟ୍ କରି ପ୍ରଶ୍ନ ଉଠାଇଛନ୍ତି ଯେ ଗତ ୨୪ ଘଣ୍ଟା ମଧ୍ୟରେ କେଉଁ ପ୍ରକାରର କାରଣ ଦେଖାଗଲା, ଯେଉଁଥି ପାଇଁ ନିଲାମ ବନ୍ଦ ହୋଇଗଲା।
ସୂଚନା ଅନୁସାରେ ସନି ବ୍ୟାଙ୍କରୁ ଋଣ ନେଇ ଶୁଝି ନାହାନ୍ତି। ଋଣ ଓ ସୁଧ ମିଶି ୫୬ କୋଟି ଟଙ୍କାରେ ପହଞ୍ଚତ୍ଲାଣି। ବ୍ୟାଙ୍କ ସନିଙ୍କ ସମେତ ତାଙ୍କ ଭାଇ ବବି ଦେଓଲ, ବାପା ଧର୍ମେନ୍ଦ୍ର ଏବଂ ସନିଙ୍କ କମ୍ପାନୀକୁ ନିଲାମ ନୋଟିସ ପଠାଇଥିଲା। ରବିବାର ଏକ ଜାତୀୟ ଖବରକାଗଜରେ ମାଧ୍ୟମରେ ଉକ୍ତ ନିଲାମ ବିଜ୍ଞପ୍ତି ପ୍ରକାଶ ପାଇଥିଲା।ଏହାକୁ ୨୪ ଘଣ୍ଟା ବି ପୁରିନି ଆଉ ଦେଶ ଜାଣିବାକୁ ପାଇଲା, ବ୍ୟାଙ୍କ ଅଫ୍ ବରୋଦା ବୈଷୟିକ କାରଣ ଯୋଗୁ ନିଲାମ ବିଜ୍ଞପ୍ତି ପ୍ରତ୍ୟାହାର କରିନେଇଛି।