‘ଲାହୋର ୧୯୪୭’ରେ ଧମାଲ କରିବେ ସନ୍ନି ଦେଓଲ ଓ ପ୍ରୀତି ଜିଣ୍ଟା

ଫିଲ୍ମ ‘ଗଦର ୨’ ର ବକ୍ସଅଫିସରେ ବ୍ଲକ ବଷ୍ଟର ହୋଇଥିଲା । ଏହି ଫିଲ୍ମ ପରେ ସନି ଦେଓଲ ପୁଣିଥରେ ଜବରଦସ୍ତ କମବ୍ୟାକ କରିଛନ୍ତି।ବର୍ତ୍ତମାନ ଖବର ଆସୁଛି ଯେ ଅଭିନେତା ଖୁବ୍ ଶୀଘ୍ର ତାଙ୍କର ଦ୍ୱିତୀୟ ଚଳଚ୍ଚିତ୍ର ‘ଲାହୋର ୧୯୪୭’ ର ସୁଟିଂରେ ବ୍ୟସ୍ତ ରହିବେ। ଏହା ଉପରେ କାମ ଶୀଘ୍ର ଆରମ୍ଭ ହେବ ବୋଲି ନିଶ୍ଚିତ କରାଯାଉଛି। ଚଳଚ୍ଚିତ୍ରଟି ଅମୀର ଖାନ ପ୍ରଡକ୍ସନ୍ସ ଅଧୀନରେ ନିର୍ମିତ ହେବାକୁ ଯାଉଛି। ଏହା ଏକ ପିରିୟଡ ଡ୍ରାମା ଫିଲ୍ମ ହେବ। ଯେଉଁଥିରେ ସନ୍ନି ଦେଓଲଙ୍କ ବ୍ୟତୀତ ରାଜକୁମାର ସନ୍ତୋଷି ଏବଂ ଅମୀର ଖାନ ମଧ୍ୟ ଏକାଠି ହେବେ।ସୂଚନା ଅନୁଯାୟୀ, ବହୁବର୍ଷ ପରେ ପ୍ରୀତି ଜିଣ୍ଟା ଏହି ଚଳଚ୍ଚିତ୍ରରେ ସନ୍ନିଙ୍କ ସହ ନଜର ଆସିବାକୁ ଯାଉଛନ୍ତି।

ସନ୍ନି ଏବଂ ପ୍ରୀତି ‘ହିରୋ: ଲଭ ଷ୍ଟୋରୀ ଅଫ ସ୍ପାଏ’ ଭଳି ଅନେକ ସୁପସୁ ରହିଟ ଫିଲ୍ମରେ କାମ କରିଛନ୍ତି।ଜାନୁଆରୀ ୨୪, ବୁଧବାର ଦିନ ପ୍ରୀତି ଜିଣ୍ଟାଙ୍କୁ ମୁମ୍ବାଇର ଏକ ଷ୍ଟୁଡିଓରୁ ବାହାରକୁ ଆସୁଥିବା ନଜର ଆସିଥିଲେ। ଅଭିନେତ୍ରୀ ‘ଲାହୋର ୧୯୪୭’ ର ଲୁକ୍ ଟେଷ୍ଟ ପାଇଁ ଯାଇଥିଲେ । ମିଳିଥିବା ସୂଚନା ଅନୁଯାୟୀ, ପ୍ରୀତି ଏହି ଚଳଚ୍ଚିତ୍ର ସହିତ ବହୁ ବର୍ଷ ପରେ ସନ୍ନି ଦେଓଲଙ୍କ ସହ ପରଦାରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି।