ଶକ୍ତିକ୍ଲବ୍ ପକ୍ଷରୁ ବ୍ଲକ୍ ସ୍ତରୀୟ ବିଜ୍ଞାନ ମେଳା ୨୦୨୫ l
ଥୁଆମୁଳ ରାମପୁର,୨୪/୦୭-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ସଦର ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବୁଧବାର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃତିବାସ ନାଏକଙ୍କ ଅଧ୍ୟକ୍ଷତାରେ ଶକ୍ତିକ୍ଲବ୍ ପକ୍ଷରୁ ବ୍ଲକସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଥୁଆମୂଳ ରାମପୁର ବିଇଓ ତପମଣି ଯାନୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ବିଆରସିସି ହେମନ୍ତ ପଣ୍ଡା, ସ୍କୁଲ ପରିଚାଳନା କମିଟି ସଭାପତି ଗୋପାଳ ପୁଝାରୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସ୍ଥାୟୀ ଖାଦ୍ୟ ସୁରକ୍ଷା ଓ ଜୀବନ ଶୈଳୀ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଉପସ୍ଥିତ କୁନି ବୈଜ୍ଞାନିକ ଏବଂ ସହପାଠୀ ମଧ୍ୟରେ ଆଲୋଚନା କରିଥିଲେ l ଏହି କାର୍ଯ୍ୟକ୍ରମ ଅବସରରେ ବ୍ଲକ୍ ର ବିଭିନ୍ନ ବିଦ୍ୟାଳୟରୁ ସମୁଦାୟ ୧୭ଟି ପ୍ରୋଜେକ୍ଟକୁ କୁନି କୁନି ବୈଜ୍ଞାନିକ ମାନେ ଜଳ ସଞ୍ଚୟ, ସୁସ୍ଥ ଜୀବନଶୈଳୀ, ବର୍ଜ୍ୟବସ୍ତୁ ପରିଚାଳନା ଉପରେ ନିଜର ବିଜ୍ଞାନ କୌଶଳକୁ ପ୍ରଦର୍ଶନ କରିଥିବା ବେଳେ ସେଥି ମଧ୍ୟରୁ ଗ୍ରାମ ବିକାଶ ଶିକ୍ଷା ନିକେତନ କୂମୁଡ଼ା ବାହାଲ ରୁ ବିଜ୍ଞାନ ମେଳାରେ ପ୍ରଦର୍ଶନ କରିଥିବା ପ୍ରକଳ୍ପ କୁ ଉପସ୍ଥିତ ସମସ୍ତ ଅତିଥି ପ୍ରଥମ ସ୍ଥାନ ହୋଇଥିବା ଘୋଷଣା କରିଥିବା ବେଳେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଶ୍ରିମସ୍କା କୁ ଦ୍ୱିତୀୟ ଏବଂ ପୁଣି କୂମୁଡ଼ା ବାହାଲ ଶିକ୍ଷା ନିକେତନ କୁ ତୃତୀୟ ସ୍ଥାନ ଘୋଷଣା କରି କିଛି ଆର୍ଥିକ ରାଶି ସହ ସମସ୍ତ ଅତିଥି ପ୍ରମାଣ ପତ୍ର ପ୍ରଦାନ କରିଥିଲେ l
ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସଂସ୍କୃତ ଶିକ୍ଷକ ହାରିନାରାୟଣ ବାଗ ସଭା ପରିଚାଳନା କରିଥିବା ବେଳେ ଶକ୍ତିକ୍ଳବ୍ ଅଧ୍ୟକ୍ଷ ସୁରେଶ ମାଝୀ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମକୁ ଶିକ୍ଷକ କାଶୀନାଥ ଉପାଧ୍ୟାୟ, ଲଳିତ ରଞ୍ଜନ ବାଗ, ମୋନାଜ୍ ରାଇତା, ସୁରେନ୍ଦ୍ର ଶବର, ଆଲୋକ ପାତ୍ରା ପ୍ରମୁଖ ସହଯୋଗ କରିଥିଲେ l