ଶୀତରେ ଆଚାର୍ଯ୍ୟା ମାନଙ୍କୁ କମଳ ବଣ୍ଟନ

ପାଟଣା:କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମୁଖ୍ୟାଳୟର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକଲ ଅଭିଯାନ କେନ୍ଦୁଝର ଅଞ୍ଚଳ ପାଟଣା ସଞ୍ଚର ସଞ୍ଚ ପ୍ରମୁଖ ଗୀତାଞ୍ଜଳି ମହାନ୍ତ ଙ୍କ ନେତୃତ୍ୱରେ ଅଭ୍ୟାସ ବର୍ଗ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ମୁଖ୍ୟ ଅତିଥିଭାବେ ସଞ୍ଚ ସମ୍ପାଦକ ସତ୍ୟାନନ୍ଦ ବେହେରା, ସଂମ୍ମାନିତ ଅତିଥିଭାବେ ଯୁବା ପ୍ରମୁଖ ବିଜୟ କୁମାର ମହାନ୍ତ, କାର୍ଯ୍ୟାଳୟ ପ୍ରମୁଖ ନବୀନ କୁମାର ମହାନ୍ତ ଉପସ୍ଥିତ ରହି ଆଚାର୍ଯ୍ୟା ମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ। ଏହି ଅବସରରେ ପ୍ରବଳ ଶୀତ ନିମନ୍ତେ ପାଟଣା ସଞ୍ଚର ସମସ୍ତ ଆଚାର୍ଯ୍ୟା ମାନଙ୍କୁ ଅତିଥି ଙ୍କ ଦ୍ଵାରା କମ୍ବଳ (ସାଲ )ବଣ୍ଟଯାଇଥିଲା l