ଶୁଭମୁକ୍ତି ଅପେକ୍ଷା ରେ, ଚଳଚ୍ଚିତ୍ର ସମୟର ଖେଳ !
ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର ଓ ରାଜେଶ ମ୍ୟୁଜିକ ଆନୁକୁଲ୍ୟରେ ପ୍ରଥମ ଅବଦାନ ଓଡ଼ିଆ ଚଳଚ୍ଚିତ୍ର ସମୟର ଖେଳ, ଶୁଭମୁକ୍ତି ଅପେକ୍ଷା ରେ ! ଏହି ଅବସରରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଦର୍ଶନୀୟ, ପର୍ଯ୍ୟଟକ ସ୍ଥାନ ତଥା ପୂର୍ଣ୍ଣତୋୟା ବୈତରଣୀ ନଦୀ କୂଳରେ ସୁଟିଂ ଚାଲୁଅଛି ! ଏହା ଏକ ପାରିବାରିକ କାହାଣୀ ତଥା ସମାଜ ରେ ଘଟୁଥିବା ଦୈନନ୍ଦିନ ଜୀବନରେ ଲୋକ ମାନଙ୍କ କାହାଣୀ !
ଏହି ଚଳଚ୍ଚିତ୍ର ରେ ଅଭିନୟ କରୁଥିବା କଳାକାର ମାନେ ହେଲେ ଭେଟେରାନ, ସଞ୍ଜୟ କୁମାର ସାହୁ ସମେତ ଦୈତାରି ପଣ୍ଡା ଙ୍କ ପୁତ୍ର ଜଗା ପଣ୍ଡା,ମାନସ ପଣ୍ଡା, ଚିତ୍ତରଞ୍ଜନ ବିଶ୍ବାଳ,ପ୍ରଭୁପ୍ରସାଦ ପାଣିଗ୍ରାହୀ, ସଞ୍ଜୟ ଦାସ,ବନି ଦାସ, ସୀମା, ଶୁଭଶ୍ରୀ,ବର୍ଷାରାଣୀ, ସମେତ ଅନେକ କଳାକାର ଗତକାଲି ପାଟଣା ବୈତରଣୀ ନଦୀ କୂଳରେ ଶେଷ ଦୃଶ୍ୟ ସୁଟିଂ ହୋଇଥିଲା ! ଆଗାମୀ ହୋଲି ପର୍ବ ଅବସରରେ ଶୁଭମୁକ୍ତି କରାଯିବାର ସୂଚନା ମିଳିଛି ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ