ଶେଷ ବିଦାୟ ନେଲେ ଅଭିନେତ୍ରୀ ଝରଣା ଦାସ । ଅଭିନୟ ଜଗତ ରେ ଶୋକ ପାଳନ।
ଲୋକପ୍ରିୟ ଅଭିନେତ୍ରୀ ଝରଣା ଦାସଙ୍କର ଶେଷକୃତ୍ୟ ହୋଇ ଯାଇଛି। କଟକର ଗୋରାକବର ଶ୍ମଶାନରେ ହୋଇଛି ଅନ୍ତିମ ସଂସ୍କାର । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଝରଣାଙ୍କୁ ଶେଷ ବିଦାୟ ପ୍ରଦାନ କରାଯାଇଛି । ୮୨ ବର୍ଷ ବୟସରେ କଟକ ବାସଭବନରେ ତାଙ୍କର ପରଲୋକ ହୋଇଥିଲା । ପିଲାଦିନରୁ ନାଚଗୀତ ଓ ଅଭିନୟ ପ୍ରତି ଝରଣା ଦାସଙ୍କର ରୁଚିଥିଲା ।
୧୯୬୪ରେ କଥାଚିତ୍ର ଅମଡ଼ା ବାଟ ମାଧ୍ୟମରେ ଓଡ଼ିଆ କଥାଚ୍ଚିତ୍ର ଜଗତରେ ପାଦ ଥାପିଥିଲେ । ଚଳଚ୍ଚିତ୍ର ସହିତ ସେ ମଞ୍ଚ, ଆକାଶବାଣୀ ଓ ଦୂରଦର୍ଶନ ସହିତ ମଧ୍ୟ ଜଡ଼ିତ ଥିଲେ । ଝରଣା ଦାସ ଅଦିନ ମେଘ ଚଳଚ୍ଚିତ୍ରରେ ଅଭିନୟ କରି ଶ୍ରେଷ୍ଠ ନାୟିକା ଓ ସମୟ ବଡ଼ ବଳବାନ ଫିଲ୍ମ ପାଇଁ ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ରାଜ୍ୟ ସରକାରଙ୍କ ଠାରୁ ପୁରସ୍କୃତ ହୋଇଥିଲେ ।
୧୯୯୭ରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା । ସେ ଗୁରୁ କେଳୁଚରଣ ମହାପାତ୍ର ସମ୍ମାନ, ଓଡ଼ିଶା ଲିଭିଙ୍ଗ ଲିଜେଣ୍ଡ ଆୱାର୍ଡ, ଓଡ଼ିଶା ସୋସାଇଟି ଅଫ ଆମେରିକା ସମ୍ମାନ ଆଦି ମଧ୍ୟ ଲାଭ କରିଥିଲେ । ୪୦ରୁ ଅଧିକ ଚଳଚ୍ଚିତ୍ରରେ ସେ ଛାଡ଼ିଯାଇଛନ୍ତି ଅଭିନୟର ଛାପ ।