ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ

ବଲିଉଡର ପ୍ରଖ୍ୟାତ ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଁଶାଳୀଙ୍କ ଆଗାମୀ ଫିଲ୍ମ ‘ଲଭ୍ ଆଣ୍ଡ ୱାର’ ରେ ଏକାଠି ନଜର ଆସିବେ ରଣବୀର କପୁର, ଆଲିଆ ଭଟ୍ଟ ଏବଂ ଭିକି କୌଶାଲ। ଆଲିଆ-ରଣବୀରଙ୍କୁ ଏକ ଫିଲ୍ମରେ ଏକାଠି ଦେଖିବାକୁ ମିଳିଛି କିନ୍ତୁ ଏହା ପ୍ରଥମ ଥର ପାଇଁ ଭିକି ସେମାନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ସମ୍ବନ୍ଧୀୟ ସମସ୍ତ ପ୍ରମୁଖ ବିବରଣୀ ପ୍ରକାଶ ପାଇଛି।‘ଲଭ୍ ଆଣ୍ଡ ୱାର’ ୨୦୨୫ କ୍ରିସମାସ୍ ଅବସରରେ ଡିସେମ୍ବର ୨୫ରେ ସିନେମାଘରକୁ ଆସିବ। ବୁଧବାର ଭିକି କୌଶାଲ ଇନଷ୍ଟାଗ୍ରାମରେ ଏହି ଫିଲ୍ମର ପୋଷ୍ଟର ଶେୟାର କରିଥିଲା ବେଳେ କମେଣ୍ଟ ବକ୍ସରେ ପ୍ରଶଂସକମାନେ ସେମାନଙ୍କର ଖୁସି ବ୍ୟକ୍ତ କରିଛନ୍ତି।

ଅନେକ କାଟ୍ରିନାଙ୍କୁ ମଧ୍ୟ ଏହି ଫିଲ୍ମରେ ସାମିଲ କରିବା ନେଇ ଆଶା ପ୍ରକାଶ କରିଛନ୍ତି।ଏହି ଚଳଚ୍ଚିତ୍ରର ଆଖ୍ୟାରୁ ଏହା ସ୍ପଷ୍ଟ ହୋଇଛି ଯେ ଏଥିରେ ଏହା ତ୍ରିକୋଣିଆ ପ୍ରେମ ଦେଖିବାକୁ ମିଳିବ । ପ୍ରଥମ ପୋଷ୍ଟର ସହିତ ଏହି ଚଳଚ୍ଚିତ୍ରର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି ।ରଣବୀର ଭଁଶାଲୀଙ୍କ ଫିଲ୍ମ ‘ସାୱାରିଆ’ରୁ କ୍ୟାରିୟର ଆରମ୍ଭ କରିଥିଲେ। ଗାଙ୍ଗୁବାଇ ଚଳଚ୍ଚିତ୍ରରେ ଆଲିଆ ତାଙ୍କର ଅଭିନୟ ଶକ୍ତି ପ୍ରମାଣ କରିଥିଲେ। ନିକଟରେ ବିକି କୌଶଲ ମଧ୍ୟ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ, ଯାହା ବର୍ତ୍ତମାନ ପୂରଣ ହେବାକୁ ଲାଗୁଛି।