ସମଲିଙ୍ଗି ବିବାହକୁ ନେଇ ବଡ ବୟାନ ଦେଲେ ବିବେକ

ମୁଭି ‘ଦ କଶ୍ମୀର ଫାଇଲ୍ସ’ର ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ନିଜର ବେବାକ ରାୟକୁ ନେଇ ଖୁବ ଚର୍ଚ୍ଚିତ। ପ୍ରାୟ ସବୁବେଳେ ସୋସିଆଲ ମିଡିଆରେ ତାଙ୍କର ଟୁଇଟ ତହଲକା ମଚାଇ ଥାଏ। ଏବେ ନିର୍ଦ୍ଦେଶକ ସମଲିଙ୍ଗି ବିବାହକୁ ନେଇ ଟୁଇଟ କରିଛନ୍ତି। ସେ ଲେଖିଛନ୍ତି, ଏହା ଆବଶ୍ୟକ, ଏହା କୌଣସି କ୍ରାଇମ ନୁହେଁ।ନିର୍ଦ୍ଦେଶକ ସୁପ୍ରିମକୋର୍ଟ ,କେନ୍ଦ୍ର ସରକାରଙ୍କ ଏକ ଆପ୍ଲିକେଶନକୁ ନେଇ ଏକ ଟ୍ଵିଟ୍‌ରେ ରିଆକ୍ସନ ଦେଇଛନ୍ତି।

ସମଲିଙ୍ଗି ବିବାହକୁ ନେଇ ଲେଖିଛନ୍ତି, ଏହା ଆବଶ୍ୟକ, ଏହା କୌଣସି କ୍ରାଇମ ନୁହେଁ। ସମଲିଙ୍ଗି ବିବାହ ଏକ ସହରି ଆଭିଜାତ୍ୟର ଅବଧାରଣା। ବିବେକ ତାଙ୍କ ଟୁଇଟରେ ଲେଖିଛନ୍ତି, ନାହିଁ, ସେମ ସେକ୍ସ ମ୍ୟାରେଜ ଏକ ‘ସହର ସମ୍ଭ୍ରାନ୍ତବାଦୀ’ ଅବଧାରଣା ନୁହେଁ। ଏହା ଏକ ମାନବୀୟ ଆବଶ୍ୟକତା।