ସମସ୍ୟା ଘେରରେ ମେଲକୁନ୍ଦେଲ ପ୍ରାଥମିକ ବିଦ୍ୟାଳୟ : ଅନ୍ଧାରରେ ଛାତ୍ର ଛାତ୍ରୀଙ୍କ ଭବିଶ୍ୱତ l
ଥୁଆମୂଳ ରାମପୁର,୨୭/୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ରେ ଦିନକୁ ଦିନ ସରକାରୀ ଟଙ୍କା ବ୍ୟାପକ ଭାବରେ ଲୁଟ୍ ହେବାରେ ଲାଗିଛି l ରଙ୍ଗ ମାରି ଲୁଟି ନେଇଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା l ଶିକ୍ଷାର ବିକାଶ ଦିଗରେ ସରକାରଙ୍କ ତରଫରୁ ଉଦ୍ୟମ ଜାରିରଖି ବିଭିନ୍ନ ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ବ୍ଯୟବରାଦ କରି ବିଦ୍ଯାଳୟର ପାରିପାର୍ଶ୍ବିକ ଉନ୍ନତି କରାଯାଉଥିବା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଏବଂ ଠିକାଦାର ଙ୍କ ମଧୂଚନ୍ଦ୍ରିକରେ ଚାଲିଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର ହାରିଲୋଟ l ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ବ୍ଳକ ମୁଖ୍ଯାଳୟ ଠାରୁ ହାରାହାରି ୭/୮ କିଲୋମିଟର ଦୂରରେ ଥିବା ମେଲକୁନ୍ଦେଲ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ l

ଏହି ବିଦ୍ଯାଳୟ ୨୦୦୮ ମସିହାରେ ସ୍ଥାପନ ହୋଇଥିବା ବେଳେ ବିଦ୍ଯାଳୟରେ ବର୍ତ୍ତମାନ ୨୯ ଜଣ କମଳବତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି l ସେଥିରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ପାଇଛନ୍ତି। ତେବେ ଉକ୍ତ ବିଦ୍ଯାଳୟରେ ଗ୍ରାମର ଗରିବ ଲୋକମାନଙ୍କ ପୁଅଝିଅ ପାଠ ପଢ଼ୁଛନ୍ତି ସତ ହେଲେ ସେହି ବିଦ୍ୟାଳୟରେ ନା ଅଛି ସୁରକ୍ଷା ବାଡ଼, ନା ଅଛି ପାନୀୟଜଳ ସୁବିଧା, ନା ଅଛି ରୋଷେଇ ଘର, ନା ଅଛି ପିଲାଙ୍କ ପାଇଁ ଶୌଚାଳୟ l ଗଛ ମୂଳରେ ହେଉଛି ପିଲାଙ୍କ ମଧ୍ୟାହ୍ନ ଭୋଜନ ରୋଷେଇ l ତେକେବେଲେ ମଧ୍ୟ ଗଛ ଉପରୁ ବିଷାକ୍ତ କୀଟ ପତଙ୍ଗ ପିଲାଙ୍କ ସୋରେଇ ଖାଦ୍ୟ ଉପରେ ନ ପଡ଼ି ପାରେ ବା କୌଣସି ବଡ଼ ଅଘଟଣ ନ ଘଟିପାରେ ତାହା କିଏ ବା କହିବ l ପ୍ରାଥମିକ ସ୍ତରରେ ପିଲାମାନେ ଯଦି ସଠିକ ଭାବରେ ଉତ୍ତମ ପରିବେଶ ମଧ୍ୟରେ ପାଠ ପଢିବା ପାଇଁ ସୁଯୋଗ ନପାଇବେ ତାହାହେଲେ ସେମାନଙ୍କ ପାଠପଢା ପ୍ରତି ଆଗ୍ରହ ସୃଷ୍ଟି ହେବ କେମିତି। ଏମିତି କି ପିଲା ନାଳ ନର୍ଦ୍ଦମା ପାଣି ବ୍ୟବହାର କରୁଥିବା ପ୍ରଧାନ ଶିକ୍ଷକ ପ୍ରକାଶ କରିଛନ୍ତି l ଏପଟେ ଆମ ଓଡ଼ିଶା ନବିନ ଓଡ଼ିଶା ପକ୍ଷରୁ ଆର୍ଥିକ ବର୍ଷ ୨୦୨୩-୨୪ରେ କାର୍ଯ୍ୟ ନିର୍ବାହୀ ସଂସ୍ଥା ପଞ୍ଚାୟତ ସମିତି ଥୁଆମୂଳ ରାମପୁର ପକ୍ଷରୁ ୨ଲକ୍ଷ ୫୦ହଜାର ଟଙ୍କା ବ୍ୟୟ ଅଟକଳ ମୂଲ୍ୟରେ ସ୍କୁଲ ମରାମତି କାମ ହୋଇଥିଲା ସତ ହେଲେ ପୁରୁଣା ଲୁହା କବାଟ , ଝରକା ଲଗେଇବା ସହ ଛାତରେ ନିମ୍ନ ମାନର କଂକ୍ରିଟ ଏବଂ ସ୍କୁଲ ଶ୍ରେଣୀ ଗୃହ ମାନଙ୍କରେ ମାର୍ବଲ ଲଗାଇ ସ୍କୁଲ ରେ ରଙ୍ଗ ମାରି ଲୁଟି ନେଲେ ଟଙ୍କା l ନା ଅଧିକାରୀଙ୍କ ତାଗିଦ୍ ନା ଠିକା ସଂସ୍ଥା ର ଭୟ l ଏପଟେ ପିଲାଙ୍କୁ ତାଙ୍କ ସ୍କୁଲ ରେ ଯାହା ସ୍ୱଚ୍ଛ ମୌଳିକ ସୁବିଧା ମିଳିବା କଥା ତାହା ମିଳି ନାହିଁ ହେଲେ ଅଦରକାରୀ କର୍ଯ୍ୟକରିଥିବାରୁ ଅଭିଭାବକ ଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ସହ ଏହାକୁ ଦୃଷ୍ଟିରେ ରଖି ଶିକ୍ଷା ବିଭାଗ ପକ୍ଷରୁ ତୁରନ୍ତ ଏହି ବିଦ୍ଯାଳୟର ପାରିପାର୍ଶ୍ବିକ ବିକାଶ ଦିଗରେ ତତତ୍ପରତା ଦେଖାଇ ପାନୀୟ ଜଳ, ପାଚେରୀ, ରୋଷେଇ ଘର ଓ ଲାଟ୍ରିଙ୍ଗର ବ୍ଯବସ୍ଥା ଯଥାଶୀଘ୍ର ଯୋଗାଇ ଦେବାପାଇଁ ଗ୍ରାମବାସୀ ତଥା ଅଭିଭାବକଙ୍କ ମହଲରେ ଦାବୀ ହେଉଛି lଏସଂପର୍କରେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ବେହେରା ଙ୍କୁ ପଚାରିବାରୁ ସାଧାରଣରେ ଯେମିତି କାମ ହେବା କଥା ତାହାଠାରୁ ଅଧିକ ଭଲ ହୋଇଛି ବିଡ଼ିଓ ଙ୍କ ସହ ଆମେ ସେ ସ୍କୁଲ ପରିଦର୍ଶନରେ ଯାଇଥିଲୁ ଆଉ ଯାହା ପାରିପାର୍ଶିକ ସ୍ଥିତି ଦେଖିଲୁ ଉକ୍ତ ସ୍କୁଲ ରେ ପାଣି ସୋର୍ସ ର ଅଭାବ ତଥାପି ନୂତନ ନଳକୂପ ଏବଂ ଶୌଚାଳୟ ପାଇଁ ଜଳ ପରିମଳ ବିଭାଗକୁ ଆମେ ସୂଚନା ଦେଇଛୁ ସେ ଶୀଘ୍ର ବୋରିଂ ଖନନ ସହ ନୂତନ ପାଇଖାନା ନିର୍ମାଣ ପାଇଁ ବିଡ଼ିଓ ନିର୍ଦ୍ଦେଶ ଦେଇଛନ୍ତି l ଆଉ ସୁରକ୍ଷା ପାଚେରୀ ଏବଂ ରୋଷେଇ ଘର ପାଇଁ ଗ୍ରାମ ପଞ୍ଚାୟତର ନରେଗା ଯୋଜନା ମାଧ୍ୟମରେ କୌଣସି ବ୍ୟବସ୍ଥା ଗୋଟିଏ କରାଯାଇ କାମ ଶୀଘ୍ର କରାଯିବ ବୋଲି କହିଛନ୍ତି l