ସମ୍ପର୍କୀୟଙ୍କ ଦଶାହ କାର୍ଯ୍ୟକୁ ଯିବା ହେଲା କାଳ : ବ୍ରିଜ ତଳକୁ ଖସିଲା ବାଇକ୍ , ଯୁବକ ମୃତ୍ୟୁ I

ଥୁଆମୂଳ ରାମପୁର,୦୨/୦୯-(ଦୁର୍ଗା କୀର୍ତ୍ତି) :- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ବଡ଼ଛତ୍ରଙ୍ଗ ଗ୍ରାମ ନିକଟସ୍ଥ କାନ୍ଦୁଲଭଜା ଡଙ୍ଗର ପାଖ ବ୍ରିଜ ରେ ସୋମବାର ରାତ୍ର ପ୍ରାୟ ୭ଟା ୩୦ ସମୟରେ ଏକ ଦୁଃଖଦାୟକ ଘଟଣା ଘଟିଛି। ମିଳିଥିବା ସୂଚନା ଅନୁସାରେ ଏକ ହିରୋ ଗ୍ଲାମର (ଓଡି ୧୮ ୬୫୫୬) ନମ୍ବର ବିଶିଷ୍ଟ ବାଇକ୍ କାନ୍ଦୁଲଭଜା ବ୍ରିଜ୍‌ ତଳକୁ ଭାରସାମ୍ୟ ହରାଇ ଖସି ପଡ଼ିବାରୁ ଘଟଣା ସ୍ଥଳରେ ଜଣଙ୍କର ଜୀବନ ଯାଇଛି। ପୁଲିସ ସୂତ୍ରରୁ ଜଣାଯାଏ ଯେ, ମୃତ ଯୁବକ ହେଲେ ଓଡ୍ରି – ପେର୍ଗୁନି ପଡ଼ାର ମେଟା ଝୋଡ଼ିଆ ଙ୍କ ପୁଆ ବଳରାମ ଖୋଡ଼ିଆ (୨୫) l ସେ ଏବଂ ତାଙ୍କ ପରିବାର ଲୋକେ ଜୟପାଟଣା ଥାନା ଅନ୍ତର୍ଗତ ମଙ୍ଗଳପୁର ପାଖ ଛତାବନ୍ଧଗୁଡା ତାଙ୍କ ସମ୍ପର୍କୀୟଙ୍କ ଏକ ଦଶାହ କାର୍ଯ୍ୟକୁ ଯାଇ ନିଜ ଗାଁ ଫେରୁଥିବା

ବେଳେ ଭାରସ୍ୟମ ହରାଇ ବଡ଼ଛତ୍ରଙ୍ଗ – ଥୁଆମୂଳ ରାମପୁର ମୁଖ୍ୟ ରାସ୍ତା ବୁଲାଣି କାନ୍ଦୁଲଭଜା ବ୍ରିଜ ତଳକୁ ଭାରସ୍ୟାମ ହରାଇ ଖସି ପଡ଼ିଲେ, ଫଳରେ ତାଙ୍କ ମୁହଁ ଏବଂ ମୁଣ୍ଡ ରେ ଗଭୀର ଆଘାତ ହେବାରୁ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା l ପରେ ଥୁଆମୂଳ ରାମପୁର ପୋଲିସ କୁ ଖବର ଦେବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ୧୧୬/୨୫ ରେ ଏକ ମାମଲା ରୁଜୁ କରି ରାତି ସାରା ଶବକୁ ପରିବାର ଲୋକ ଏବଂ ପୁଲିସ ଜଗି ରହିଥିଲେ l ପ୍ରକାଶ ଯେ, ଥୁଆମୂଳ ରାମପୁର ଗୋଷ୍ଟି କେନ୍ଦ୍ରରେ କୌଣସି ଲୋକେ ଦୁର୍ଘଟଣା ହେଲେ କିମ୍ବା ମୃତ୍ୟୁ ବରଣ କଲେ ଶବ କୁ ମେଡିକାଲ ହେଉ କିମ୍ବା ଶେଷ ଯାତ୍ରା ପାଇଁ ଶ୍ମଶାନ ନେବାକୁ ହେଲେ କୌଣସି ଶବ ବାହକ ଗାଡ଼ି ବା ମହାପ୍ରୟାଣ ଗାଡ଼ି ନଥିବାରୁ ଅନେକ ସମୟରେ ଏମିତି ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଦେଖା ଦିଏ l ଏହାର ଉଦାହରଣ ସ୍ୱରୂପ ଏହି ଦୁର୍ଘଟଣାରେ ଦେଖିବାକୁ ମିଳିଛି l ଦୁର୍ଘଟଣା ପରେ ପୋଲିସ କୁ ଖବର ଦେବା ପରେ ପୋଲିସ ତୋ ଆସି ପହଁଚିଲେ ସତ ହେଲେ ଶବ ବ୍ୟବଚ୍ଛେଦ କିମ୍ବା ଶବ ମେଡିକାଲ କୁ ନେବା ପାଇଁ ଗାଡ଼ି ମିଳିଲା ନାହିଁ, ଫଳରେ ପରିବାର ଲୋକେ ରାତି ସାରା ଲଘୁଚାପ ଜନିତ ବର୍ଷା ସ୍ୱତ୍ୟେ ମଧ୍ୟ ପୋଲିଥିନ ଜରି ତମ୍ବୁ ଗାଢି ଦୁର୍ଘଟଣା ସ୍ଥଳୟରେ ଦୀର୍ଘ ୧୩ ଘଣ୍ଟା ଧରି ଶବ ଜଗି ରହିଥିଲେ l ଏବଂ ବାରମ୍ବାର ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ଙ୍କୁ ଗାଡ଼ି ପାଇଁ ଅନୁରୋଧ କରୁଥିଲେ ହେଲେ କୌଣସି ମତେ ସୁବିଧା ହୋଇ ପାରୁ ନଥିଲା, ଯାହା ଫଳରେ ମୃତ ସମ୍ପର୍କୀୟ ଏବଂ ପୋଲିସ ମଧ୍ୟରେ ଏକପ୍ରକାର ଚାପ ଉତ୍ତେଜନା ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା l ଦୀର୍ଘ ସମୟ ଏମିତି ଅପେକ୍ଷା କଲାପରେ ସମୟ ପ୍ରାୟ ୧୨.୩୦ ରେ ଜୟପାଟଣା ମେଡିକାଲ ରୁ ଶବ ବାହକ ଗାଡ଼ି ଆସିଲା ଏବଂ ଶବ ଧରି ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ର କୁ ଗଲା ଓ ସବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଗଲା l