ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୋପାଳପୁର ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫ ଉଦଯାପିତ I
ଗନ୍ତବ୍ୟ ପଥକୁ ଆଗେଇ ଯିବା ପାଇଁ ହେଲେ ନିଷ୍ଠାର ସହ ପାଠ ପଢିବାକୁ ପଡ଼ିବ, ମୁଖ୍ୟ ଅତିଥି ଦେଲେ ଛାତ୍ର ଛାତ୍ରୀଙ୍କୁ ପରାମର୍ଶ I
ଥୁଆମୂଳ ରାମପୁର, ୧୨/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ର ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ଓଡ଼ିଶା ସରକାର ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୋପାଳପୁର (ଡାକକୋଟା) ଠାରେ ବାର୍ଷିକ ଉତ୍ସବ ୨୦୨୪-୨୫ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଭରତ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଡ଼ିଓ ଧ୍ରୁବ ଚରଣ ମୁଦୁଲି ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବରେ ପିଏଆଇଟିଡିଏ (ସ୍ପେଶିଆଲ ଅଧିକାରୀ) ନନ୍ଦୀ କିଶୋର ତାଣ୍ଡି ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବରେ
ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ କଳାହାଣ୍ଡି ଜାନକୀ ବଲ୍ଲଭ ସାମନ୍ତରାୟ, ମଧୁପୁର ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଦ ବ୍ୟାସ ପ୍ରଧାନ, ତହସିଲଦାର ନୀରୋଜ କୁମାର ଭତ୍ରା, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ସୁଭଜିତ୍ ରଞ୍ଜନ ସ୍ବାଇଁ, ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଜୟକୃଷ୍ଣ ମେହେର, ଗ୍ରାମ ଶିକ୍ଷା କମିଟି ସଭାପତି ଟଙ୍କଧର ଜାନୀଙ୍କ ସହ ଅନୁଷ୍ଠାନ ର ଅଧକ୍ଷ ମହେନ୍ଦ୍ର ବିଶ୍ଵାଳ ପ୍ରମୁଖ ମଞ୍ଚାଷୀନ ଥିଲେ।

ଅତିଥ୍ ମାନଙ୍କ ଦ୍ବାରା ପ୍ରଥମେ ଦ୍ବିପ ପ୍ରଜ୍ବଳନ ପରେ ଛାତ୍ରୀ ମାନଙ୍କ ଦ୍ବାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା। ପ୍ରଧାନ ଶିକ୍ଷକ ଭରତ ନାୟକ ସ୍ବାଗତ ଭାଷଣ ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ବିଡ଼ିଓ ଶ୍ରୀ ମୁଦୁଲି ଛାତ୍ର ଛାତ୍ରୀ ମାନଙ୍କୁ ସାମାଜିକ ମୂଲ୍ୟବୋଧ କୁ ଆପଣାଇବା ପାଇଁ ଆହ୍ୱାନ ଦେବା ସହ ପାଠ ପଢା ପ୍ରତି ପ୍ରୟାସ ଓ ସାଧନ ରଖି ଉଚ୍ଚ ଶିକ୍ଷିତ ହେବାକୁ କହିଥିଲେ ଏବଂ ଗନ୍ଥବ୍ୟ ପଥକୁ ଯିବାକୁ ହେଲେ ନିଷ୍ଠାର ସହ ପାଠ ପଢିବାକୁ ପଡ଼ିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଯେଉଁ ଦେଶ ଯେଉଁ ଜାତି ଯେତେ ଶିକ୍ଷିତ ସେହି ଦେଶ ସେତେ ବିକଶିତ ବୋଲି କହିଥିଲେ। ନିଜ ମାତୃ ଭାଷା,ଜାତି, ସଂସ୍କୃତି ଓ ସାହିତ୍ୟ କୁ ବଞ୍ଚାଇ ରଖୁବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ କହିଥିଲେ । ଏବଂ ଅନ୍ୟାନ୍ୟ ଅତିଥି ମାନେ ଛାତ୍ର ଛାତ୍ରୀ ମାନଙ୍କୁ ଭଲ ପାଠ ପଢି ଶ୍ରେଷ୍ଠ ନାଗରିକ ହେବା ସହ ନିଜ ଅଞ୍ଚଳ ର ନାମ ରଖିବାକୁ କହିଥିଲେ ।

ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ କ୍ରୀଡା ପ୍ରତିଯୋଗିତା ରେ କୃତି ଛାତ୍ର ଛାତ୍ରୀ ମାନ ଙ୍କୁ ଅତିଥ୍ ମାନଙ୍କ ଦ୍ବାରା ପୁରସ୍କୃତ କରାଯାଇଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଜଗଦୀଶ ଶବର ଏବଂ ଯୁକ୍ତ ଦୁଇର ବିଜ୍ଞାନ ଛାତ୍ରୀ ହରିପ୍ରୀୟା ମାଝୀ ଓ ମାଧବୀ ମାଝୀ ସୁନ୍ଦର ଭାବରେ ମଞ୍ଚ ପରିଚାଳନା କରିଥିଲେ l

ଏବଂ ଏହି ମାଧ୍ୟମିକ ବିଦ୍ୟାଳୟ ର ସହ ଶିକ୍ଷକ ଜୟସଙ୍କର ମାହାର, ଟଙ୍କଧର ଧଙ୍ଗଡା ମାଝୀ, ମିତ୍ରଭାନୁ ନାଏକ, ହିମାଞ୍ଚଲ ପୁଝାରୀ, ପୂର୍ଣ୍ଣ ଚନ୍ଦ୍ର ବେହେରା, ଚାଞ୍ଚଲ୍ୟ କୁମାର ବାଗ, କାଶୀନାଥ ଭୋଇ, ଚୌଧୁରୀ ମାରଆ, ସଞ୍ଜୀବ ଖୁରା, ହିମାଂଶୁ ନାୟକ ଏବଂ ବିଦ୍ୟାଳୟ କ୍ଳରକ୍ ମୌସୁମୀ ଦାସଙ୍କ ସମେତ ସମସ୍ତ ସହ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ଛାତ୍ରୀ ମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥଲା ।