ସଲମାନ ଖାଁଙ୍କୁ ପୁଣି ହତ୍ୟା ଧମକ ମିିଳିଛି।

ବଲିଉଡ ସୁପରଷ୍ଟାର ସଲମାନ ଖାନ। ଏବେ ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ନିକଟରେ ସେ ଗ୍ୟାଙ୍ଗଷ୍ଟରଙ୍କ ଠାରୁ ମୃତ୍ୟୁ ଧମକ ପାଇଛନ୍ତି। ଏହା ପରେ ତାଙ୍କ ଘର ବାହାରେ ସୁରକ୍ଷା କଡାକଡି କରାଯାଇଛି। ସଲମାନଙ୍କ ଘନିଷ୍ଠ ସହଯୋଗୀ ପ୍ରଶାନ୍ତ ଗୁଞ୍ଜଲକରଙ୍କ ଇମେଲ୍‌କୁ ଶନିବାର ଏହି ଧମକ ଆସିଛି। ଜେଲ୍‌ରେ ଥିବା କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗୋଶ୍ଠୀ ପକ୍ଷରୁ ଏହି ଧମକ ମିଳିଛି ।

ଧମକକୁ ନେଇ ମୁମ୍ବଇ ପୁଲିସ ଏକ ମାମଲା ରୁଜୁ କରିବା ସହିତ ସଲମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଛି। କିଛିଦିନ ପୂର୍ବରୁ ମଧ୍ୟ ଲରେନ୍ସ ବିଷ୍ଣୋଇ ସଲମାନଙ୍କୁ ଧମକ ଦେଇଥିଲା। ଧମକରେ ଲରେନ୍ସ ବିଷ୍ଣୋଇ ଅଭିନେତା ସଲମାନଙ୍କୁ କହିଥିଲେ ଯେ ତୁମେ ତୁମ ଭୁଲ୍‌ ପାଇଁ  କ୍ଷମା ମାଗ; ନଚେତ୍ ପରିଣାମ ଭୋଗିବ।ଏହି ଧମକ ପରେ ସଲମାନଙ୍କ ପରିବାର ଏବଂ ତାଙ୍କ ପ୍ରଶଂସକଙ୍କ ମନରେ ବହୁତ ଚିନ୍ତା ଥିଲା ।

ଏହି ମାମଲାକୁ ଗମ୍ଭୀରତାର ସହ ଗ୍ରହଣ କରି ସୁରକ୍ଷା ବ୍ୟବସ୍ଥା ବଢାଇ ଧମକ ଦେଉଥିବା ଲୋକଙ୍କୁ ପୋଲିସ ଉପଯୁକ୍ତ ଉତ୍ତର ଦେଇଛି। ଦୁଇଟି ପୋଲିସ ଗାଡି, ଗୋଟିଏ API ଏବଂ ୪ କନଷ୍ଟେବଳ ବର୍ତ୍ତମାନ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ ନିୟୋଜିତ ହୋଇଛନ୍ତି। ଏହା ସହିତ ସଲମାନଙ୍କ ଘର ବାହାରେ  କୌଣସି ଜନତାଙ୍କୁ ଏକାଠି ହେବାକୁ ଅନୁମତି ଦିଆଯାଉ ନାହିଁ ।