ସଲମାନ ଖାନ ନିକଟରେ ନିଜ ସୁରକ୍ଷା ଦୃଷ୍ଟିରୁ ଏକ ନୂଆ ବୁଲେଟ ପ୍ରୁଫ ନିସାନ ପେଟ୍ରୋଲ କାର କିଣିଛନ୍ତି।

ସଲମାନ ଖାନ ନିକଟରେ ନିଜ ସୁରକ୍ଷା ଦୃଷ୍ଟିରୁ ଏକ ନୂଆ ବୁଲେଟ ପ୍ରୁଫ ନିସାନ ପେଟ୍ରୋଲ କାର କିଣିଛନ୍ତି। ତେବେ ସଲମାନ କିଣିଥିବା ଗାଡ଼ି ଏ ପର୍ଯ୍ୟନ୍ତ ଭାରତରେ ଲଞ୍ଚ ହୋଇ ନାହିଁ। ଯେଉଁ ଗାଡ଼ି ଭାରତରେ ଲଞ୍ଚ ହୋଇନି ସଲମାନ ତାକୁ କିଣିଲେ କିପରି ସେ ନେଇ ଏବେ ଜୋର ଧରିଛି ଚର୍ଚ୍ଚା।

ସବୁବେଳେ ସଲମାନ ସାନଦାର ବୁଲେଟ ପ୍ରୁଫ ହ୍ବାଇଟ କାରରେ ବୁଲୁଥିବା ଦେଖାଯାଏ। ଏବେ ସଲମାନ ଯେଉଁ ବୁଲେଟ ପ୍ରୁଫ ଗାଡି ନେଇଛନ୍ତି ଏହା ନିସାନ ପେଟ୍ରୋଲ ଏସୟୁଭି ଗାଡି। ମିଡିଆ ରିପୋର୍ଟ ଅନୁଯାୟୀ, ଏହି କାର ଏବେ ଇଣ୍ଡିଆନ ମାର୍କେଟରେ ଆଭେଲେବଲ ନାହିଁ। ଏହା ସ୍ବତନ୍ତ୍ର ଭାବେ ସଲମାନ ଇମ୍ପୋର୍ଟ କରିଛନ୍ତି।

ମିଡିଆ ରିପୋର୍ଟ ଅନୁଯାୟୀ, ସଲମାନଙ୍କ ବୁଲେଟ ପ୍ରୁଫ କାର ବି୬ ଅବା ବି୭ ଲେବଲର ସିକ୍ୟୁରିଟି ବାଲା କାର। ବି୬ ବାଲେଷ୍ଟିକ ପ୍ରୋଟେକ୍ସନ ଓ ୪୧ ଏମଏମ ମୋଟା ଗ୍ଲାସ ସହ ହାଇ ପାଓ୍ବାର ରାଇଫଲ ଆକ୍ରମଣରେ ବି କାରରେ ଥିବା ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାଏ। ସେହିପରି ବି୭ ୭୮ ଏମଏମ ମୋଟା ଗ୍ଲାସସହ କାର ଭିତରେ ବସିଥିବା ବ୍ୟକ୍ତିଙ୍କୁ ଆରମର-ପିୟର୍ସିଙ୍ଗ ରାଉଣ୍ଡରୁ ସୁରକ୍ଷା ଦେଇଥାଏ।