ସାମନ୍ଥାଙ୍କ ‘ଶକୁନ୍ତଳମ’ ବକ୍ସଅଫିସ୍ରେ ଫ୍ଲପ୍
ଅଭିନେତ୍ରୀ ସାମନ୍ଥା ରୁଥ୍ ପ୍ରଭୁଙ୍କ ଫିଲ୍ମ ‘ଶକୁନ୍ତଳମ’ ପରଦାରେ ରିଲିଜ ହୋଇଯାଇଛି। ଏହି ଫିଲ୍ମ ପାଇଁ ସାମନ୍ଥା କଠିନ ପରିଶ୍ରମ କରିଥିଲେ। ହେଲେ ବକ୍ସ ଅଫିସରେ ଫିଲ୍ମଟି ସେତେଟା ଭଲ ପ୍ରଦର୍ଶନ କରିପାରିଲା ନାହିଁ। ଫଳରେ ଫିଲ୍ମଟି ଫ୍ଲପ୍ ହୋଇଛି।‘ଶକୁନ୍ତଲାମ’ ରିଲିଜ ହେବାର ୫ ଦିନ ବିତିଗଲାଣି। ହେଲେ ଫିଲ୍ମ ଘରୋଇ ବକ୍ସ ଅଫିସରେ ୧୦ କୋଟି ଟଙ୍କାର କରିପାରି ନାହିଁ। ପ୍ରାୟ ୬୫ କୋଟି ଟଙ୍କାର ବିପୁଳ ବଜେଟରେ ନିର୍ମିତ ‘ଶକୁନ୍ତଲାମ’ର ଆୟ ଆକଳନ ନିର୍ମାତାଙ୍କୁ ଚିନ୍ତାରେ ପକାଇଛି। କେବଳ ନିର୍ମାତା ହିଁ ନୁହେଁ ଅଭିନେତ୍ରୀ ଟେନ୍ସନରେ ଥିବା ଜଣାପଡିଛି।
ସାମନ୍ଥାଙ୍କ ଏହି ଫିଲ୍ମ ଏକ ମାଇଥୋଲୋଜିକଲ ଡ୍ରାମା । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଗୁନାସେଖର। ଏହି ଚଳଚ୍ଚିତ୍ରଟି ପ୍ୟାନ୍ ଇଣ୍ଡିଆ ଫିଲ୍ମ । ଅନେକ ଭାଷାରେ ମୁକ୍ତିଲାଭ କରିଥିଲା। ଚଳଚ୍ଚିତ୍ରର ରୋଜଗାର ବିଷୟରେ କହିବାକୁ ଗଲେ ‘ଶକୁନ୍ତଲାମ’ର ଓପନିଂ ମଧ୍ୟ ବିଶେଷ କିଛି ଭଲ ନଥିଲା । ଏହା ବକ୍ସ ଅଫିସରେ ମାତ୍ର ୨.୭ କୋଟି ରୋଜଗାର କରିଥିଲା । ସେବେଠାରୁ ଫିଲ୍ମର ରୋଜଗାରରେ କ୍ରମାଗତ ହ୍ରାସ ଘଟିଛି।