ସିଙ୍ଗାରି ଘାଟିରେ ଭରସାମ୍ଯ ହରାଇ ଓଲଟିଲା ହାଇଓ୍ବା, ଅଳ୍ପକେ ବର୍ତ୍ତିଲେ ଚାଳକ ଓ ହେଲ୍ପର l
ଥୁଆମୂଳ ରାମପୁର,୦୧/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ କଲମପୁର – ଥୁଆମୂଳ ରାମପୁରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ସିଙ୍ଗାରୀ ଘାଟିରେ ରବିବାର ଅପରାହ୍ନ ପାଖାପାଖି ୨ ଟା ୩୦ ମି ସମୟରେ ଏକ ସଡ଼କ ଦୁର୍ଘଟଣା ଘଟିଛି l ମିଳିଥିବା ସୂଚନା ଅନୁସାରେ ଜଣାପଡିଛି ଯେ ମଇଚଳା ଗ୍ରାମର ହର୍ଷ ବେହେରା ନାମକ ଜଣେ ଠିକାଦାରଙ୍କ ୧୨ ଚକିଆ ହାଇୱା ଗାଡ଼ି ଯାହାକି (ଓଡି୦୮ଆର୍୯୨୬୪) ନମ୍ବର ସେ ସିଙ୍ଗାରି ଘାଟି ରାସ୍ତା ମରାମତି କରିବାକୁ ଚିପ୍ସ, ଡଷ୍ଟଗୁଣ୍ଡ ଆଣି ଖାଲି କରୁଥିବା ସମୟରେ ଅଚାନକ ଭାରସାମ୍ଯ ହରାଇ ରାସ୍ତା ଉପରେ ଓଲଟି ପଡିଥିଲା। ହେଲେ ସୌଭାଗ୍ୟ ବଶତଃ ଚାଳକ ଓ ହେଲ୍ଫରଙ୍କ କୌଣସି କ୍ଷତି ଘଟିନାହିଁ। ହାଇୱା ମଧ୍ୟରୁ ସମସ୍ତ ଚିପ୍ସ, ଡଷ୍ଟଗୁଣ୍ଡ ମୁଖ୍ୟ ରାସ୍ତାରେ ପଡ଼ି ରହିଥିବାରୁ ଅନେକ ଯାନବାହାନ ଚଳାଚଳ ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଠପ୍ ହୋଇଯାଇଥିଲା। ଖବର ପାଇ ଥୁଆମୂଳ ରାମପୁର ଥାନାର କିଛି ଅଧିକାରୀ ଦୁର୍ଘଟଣା ସ୍ଥଳରେ ପହଞ୍ଚି ଥିଲେ l ଏଠାରେ ପ୍ରକାଶ ଥାଉକି ଥୁଆମୂଳ ରାମପୁର ଠାରୁ ମହୁଲପାଟଣା ଏବଂ ଥୁଆମୂଳ ରାମପୁର ଠାରୁ ଡୁମେରପଦର, ଗୋପୀନାଥପୂର ର ନୂତନ ରାସ୍ତା ନିର୍ମାଣରେ ନିୟୋଜିତ କିଛି ଲାଭଖୋର ଠିକାଦାରଙ୍କ ୧୦, ୧୨ ଚକିଆ ଭାରି ଯାନ ଗତ କିଛି ମାସ ହେଉଛି ନିୟମିତ ଦିନ ରାତି ଏହି ସିଙ୍ଗରୀ ଘାଟିରେ ଚଳାଚଳ କରୁଅଛି। ଯାହାଫଳରେ ଉକ୍ତ ସିଙ୍ଗାରି ଘାଟିର ଅବସ୍ଥା ସମ୍ପୂର୍ଣ୍ଣ ଭାବରେ ବିପଦ ସଙ୍କେତ ଅବସ୍ଥାରେ ଆସିଯାଇଛି।

ଏହା ପୂର୍ବରୁ ଠିକା ସଂସ୍ଥା କୁ ତାଗିତ କରାଯାଉଥିଲା ତଥାପି ଭାରୀଯାନ ଚଳାପ୍ରଚଳ କରୁଥିବା ଯୋଗୁଁ ରାସ୍ତା ମରଣାଯନ୍ତା ପାଲଟିଛି। ଏହାକୁ ଦୃଷ୍ଟିରେ ରଖି ଠିକା ସଂସ୍ଥା ପକ୍ଷରୁ ରାସ୍ତାକୁ ସଜାଡି ବା ପାଇଁ ଚିପ୍ସ ଓ ଡଷ୍ଟଗୁଣ୍ଡ ନେଇ ଆସୁଥିବା ସମୟରେ ଏହି ହାଇୱା ଟି ଓଲଟି ପଡିଥିଲା। ସେହିଭଳି ଥୁଆମୁଳ ରାମପୁର ବ୍ଳକ କୃଷି କାର୍ଯ୍ଯାଳୟ କୁ ଏକ ମଗ ବୋଝେଇ ୧୦ ଚକିଆ ଟ୍ରକ ଯାଇ ସେଠାରେ ମୁଗ ବସ୍ତା ଗୁଡିକ ଦେଇ ଉକ୍ତ ରାସ୍ତାରେ ଫେରୁଥିବା ସମୟରେ ଘାଟିର ଏକ ସୁରକ୍ଷା ବାଡରେ ପିଟି ହୋଇଥିଲା ସେଥିରେ ମଧ୍ୟ ବଡ ବିପତ୍ତି ରୁ ଅଳ୍ପକେ ଚାଳକ ଓ ହେଲଫର ଵତ୍ତି ଯାଇଛନ୍ତି।

ଏହି ଭଳି ବିଭିନ୍ନ ସମୟରେ ସିଙ୍ଗରୀ ଘାଟିରେ ବାରମ୍ବାର ଦୁର୍ଘଟଣା ଘଟୁଥିବା ସତ୍ବେ ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉ ନାହିଁ ବୋଲି ସ୍ଥାନେ ସ୍ଥାନେ ଆଲୋଚନା କରୁଥିବା ଜଣାପଡିଛି। ବର୍ତ୍ତମାନ୍ ବିଭାଗୀୟ ଅଧିକାରୀ ଏଥିପ୍ରତି ଯଦି ଦୃଷ୍ଟି ନଦେବେ ତେବେ କେତେବେଳେ ଏହି ଘାଟିରେ ବଡ଼ ଧରଣର ଦୁର୍ଘଟଣା ଘଟିଯାଇପାରେ ତାହା କିଏ କହିପାରିବେ ନାହିଁ। ଏହାକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଏହି ସିଙ୍ଗରୀ ଘାଟିକୁ ମରାମତି କରାଯାଉ ବୋଲି ଅଞ୍ଚଳ ବାସୀ ଦାବି କରୁଥିବା ଜଣାପଡିଛି।