ସୁଟିଂ ବାହାନାରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ
ଆଲ୍ବମ୍ ଅଭିନେତ୍ରୀଙ୍କୁ ରାତି ସାରା ହାତ ଗୋଡ ବାନ୍ଧି ଦୁଷ୍କର୍ମ । ରାତିରେ ଲଭ୍ ଦୃଶ୍ୟ ସୁଟିଂ କରିବା ବାହାନାରେ ନାବାଳିକା ଅଭିନେତ୍ରୀଙ୍କୁ ଦୁଷ୍କର୍ମ କରାଯାଇଛି । ପ୍ରଯୋଜକ ଦୁଷ୍କର୍ମ କରିବା ସହିତ ତାଙ୍କ ସହଯୋଗୀ ଭିଡିଓ ସୁଟିଂ କଲେ। ଜୀବନ ଚାଲିଯିବା ଭୟରେ ନାବାଳିକା ନିରବରେ ସବୁ ସହିଲେ। ଯେମିତି ନିଜ ଜୀବନ ପ୍ରତୀ ବିପଦ ନ ଆସେ।
ଶୁକ୍ରବାର ସକାଳେ ପୀଡ଼ିତା ତା ପରିବାର ଲୋକଙ୍କୁ ଜଣାଇବା ପରେ ଏହି ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି। ପରିବାର ଲୋକେ ମହିଳା ଥାନା ଓ ଭରତପୁର ଥାନାରେ ଅଭିଯୋଗ କରିଛନ୍ତି । ତେବେ ପୋଲିସ ତଦନ୍ତ ପୂର୍ବରୁ ଅଭିଯୁକ୍ତମାନେ ଫେରାର୍ ହୋଇଯାଇଥିବା ସୂଚନା ମିଳିଛି। ପୋଲିସ ଭିଡିଓ ସୁଟିଂ ହୋଇଥିବା ଘର ଯାଞ୍ଚ କରି କିଛି ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ।