ସୁଭଦ୍ରା ସାଥେ ସମୃଦ୍ଧିର ପଥେ : ସୁଭଦ୍ରାର ପ୍ରଥମ ବର୍ଷ ପୁର୍ତ୍ତି ସମାରୋ ପାଳିତ

ଥୁଆମୂଳ ରାମପୁର,୧୭/୦୯-(ଦୁର୍ଗା କୀର୍ତ୍ତି):- ରାଜ୍ଯ ସରକାରଙ୍କ ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ସାମିଲ କରି ସେଥିରେ ଯୋଗ୍ଯ ହିତାଧିକାରୀ ମାନଙ୍କୁ ସୁଭଦ୍ରା ଯୋଜନା କିସ୍ତି ହିସାବରେ ଟଙ୍କା ଯୋଗାଇ ଆସୁଛନ୍ତି, ଏହା ଏକ ବର୍ଷ ପୂର୍ଣ୍ଣ ହୋଇଛି, ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଳକ ସମ୍ମନିତ ଶିଶୁ ଓ ମହିଳା ବିକାଶ ବିଭାଗ ପକ୍ଷରୁ ସୁଭଦ୍ରାର ପ୍ରଥମ ବର୍ଷ ପୁର୍ତ୍ତି ଅବସରରେ ସ୍ଥାନୀୟ ମିଶନ ଶକ୍ତି ଭବନ ଠାରେ ଶିଶୁ ବିକାଶ ଅଧିକାରିଣୀ ମଧୂବାଳା ବାଗଙ୍କ ଅଧ୍ଯକ୍ଷତାରେ ସୁଭଦ୍ରାର ପ୍ରଥମ ବର୍ଷ ପୁର୍ତ୍ତି ପାଳନ କାର୍ଯ୍ୟକ୍ରମ ମହାସମାରୋହରେ ପାଳନ ହୋଇଯାଇଛି। ଏହି ଅବସରରେ ସୁଭଦ୍ରା ଯୋଜନାରେ ସାମିଲ ହୋଇ ୩କିସ୍ତି ଲେଖାଏଁ ପାଇଥିବା ମହିଳା ହିତାଧିକାରୀ ମାନେ ଉପସ୍ଥିତ ରହି ଉତ୍ସାହର ସହିତ କେଗ୍ କାଟି ସୁଭଦ୍ରାର ପ୍ରଥମ ବର୍ଷ ପୁର୍ତ୍ତି ପାଳନ କରିଛନ୍ତି। କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ମହିଳା ହିତାଧିକାରୀ ମାନେ ସୁଭଦ୍ରା ଟଙ୍କା ପାଇ ନିଜେ ସ୍ବାବଲମ୍ବୀ ହେବା ସହିତ ନିଜ ନିଜ ପରିବାର ପ୍ରତିପୋଷଣ କରିବାରେ ସହାୟକ ହେଉଥିବା ନେଇ ପ୍ରକାଶ କରିଛନ୍ତି, କାର୍ଯ୍ଯକ୍ରମରେ ଅନେକ ସୁଭଦ୍ରା ପାଇଥିବା ମହିଳା ଉପସ୍ଥିତ ରହିଥିଲେ। ସୁଭଦ୍ରା ଆସିଷ୍ଟାଣ୍ତ ରଞ୍ଜିତ ନାଏକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ମହିଳା ପରି ଦର୍ଶୀକା ସଭ୍ଯା ମାଝୀ ଓ ମହିଳା ପରିଦର୍ଶିକା ସ୍ମିତା ମାଝୀ ସମେତ୍ ଅଙ୍କନବାଡୀ କର୍ମୀ ଓ ଓଏଲଏମ୍ ର ସଭ୍ଯା ତଥା ଓଏଲଏମ୍ କର୍ମୀ ମାନେ ସହଯୋଗ କରିଥିଲେ। ତେବେ ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ ଥୁଆମୂଳ ରାମପୁର ବ୍ଳକରେ ସୁଭଦ୍ରା ଯୋଜନାରେ ୧୯୨୯୦ ଜଣ ହିତାଧିକାରୀ ଦରଖାସ୍ତ କରିଥିଲେ, ସେଥିରୁ ୧୭୩୫୦ ହିତାଧିକାରୀଙ୍କର ଦରଖାସ୍ତ କୁ ଯୋଗ୍ଯ ବିବେଚିତ ହୋଇଥିବା ବେଳେ ୬୧୦ ଏନଏଫଏସଏ ଦରଖାସ୍ତ ପ୍ରତ୍ଯାଖ୍ଯାନ କରାଯାଇଛି। ସେହିପରି ୧୦୩ ଟି ନନ୍ ଏନଏଫଏସଏ ଦରଖାସ୍ତ, ଏହାଛଡା ୨୬୮ ଟି ଦରଖାସ୍ତ ସକ୍ଷମ ନୁହେଁ ଯେମିତି କି ଏନ୍ପିଶିଆଉ ହୋଇ ନଥିବାରୁ ତାଙ୍କୁ ସୁଭଦ୍ରା ଟଙ୍କା ମିଳିନାହିଁ l ସେମାନଙ୍କୁ ନିଜ ନିଜ ବ୍ୟାଙ୍କ୍ ଯାଇ ଇ – କେୱାଇସି ମାଧ୍ୟମରେ ଏନ୍ପିଶିଆଉ କରିବାକୁ ସୂଚନା ଦିଆଯାଇଥିଲା l ସେଭଳି ୯ ଟି ଦରଖାସ୍ତ ଅପ୍ଟ ଆଉଟ୍ ଓ ୨୦ ଟି ଦରଖାସ୍ତ କୁ ମନୋନୀତ କରାଯିବା ପାଇଁ ବିଚାରାଧୀନ ରହିଥିବା ଜଣାପଡିଛି। ତତ୍ସହ ଯେଉଁମାନେ ମଧ୍ୟ ସୁଭଦ୍ରା ଯୋଜନାରେ ବଞ୍ଚିତ ରହିଯାଇଛନ୍ତି ସେମାନେ ଆଗାମୀ ଦିନରେ ସୁଭଦ୍ରା ରେ ସାମିଲ ହୋଇ ପାରିବେ, ଏହାର କୌଣସି ସମୟସୀମା ନାହିଁ ଯିଏ ଯେତେବେଳେ ଚାହିଁଲେ ଆବେଦନ କରି ତାର ଲାଭ ନେଇପାରିବେ ଏବଂ ଯେଉଁ ମାନଙ୍କ କୌଣସି କାରଣ ବଶତଃ କଟି ଯାଇଛି, ଯେଉଁ ମାନେ ଆବେଦନ କରି ନାହାନ୍ତି ସେମାନେ ଅଧର୍ଯ୍ୟ ହେବାର ନାହିଁ ଆଗାମୀ ଦିନରେ ମିଳିବ ବୋଲି ସିଡିପିଓ ଶ୍ରୀମତୀ ବାଗ ସୂଚନା ଦେଇଛନ୍ତି l