ସୁରକ୍ଷିତ ଅବତରଣ କଲା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ
ମଝି ଆକାଶରେ ବାଜି ଲାଗିଥିଲା ଜୀବନ। ତ୍ରିଚି ବିମାନ ବନ୍ଦରରୁ ଶାରଜାହ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ତ୍ରୁଟି ଦେଖାଦେଇଛି। ବିମାନରେ ଥିଲେ ୧୪୦ ଯାତ୍ରୀ । ତ୍ରିଚି ବିମାନ ବନ୍ଦରରେ ୨୦ଟି ଆମ୍ବୁଲାନ୍ସ ପ୍ରସ୍ତୁତ ଥିଲେ । ସୂଚନା ଅନୁଯାୟୀ, ବିମାନରେ ଥିବା ହାଇଡ୍ରୋଲିକ ବ୍ୟବସ୍ଥା କାର୍ଯ୍ୟ କରୁନଥିବା ପାଇଲଟ ବିମାନବନ୍ଦର କର୍ତୃପକ୍ଷଙ୍କୁ ଜଣାଇବା ପରେ ଜରୁରୀ ଅବତରଣ ପାଇଁ ଅନୁମତି ମାଗିଥିଲେ । ତେବେ ଶୁକ୍ରବାର ସଂନ୍ଧ୍ୟାରେ ଏମାର୍ଜେନ୍ସୀ ଲ୍ୟାଣ୍ଡି ହୋଇଛି। ତେବେ ଟେକଅଫ୍ ପରେ ପରେ ପ୍ଲେନର ଲ୍ୟାଣ୍ଡିଂ ଗିୟର ସହ ସମ୍ପୃକ୍ତ ହାଇଡ୍ରୋଲିକ୍ ସିଷ୍ଟମରେ ତ୍ରୁଟି ଦେଖା ଦେଇଥିଲା। ଏହା ପରଠାରୁ ବିମାନଟି ଆକାଶରେ ୩ ଘଣ୍ଟା ଧରି ଚକ୍କର କାଟୁଥିଲା। ପରେ ରାତି ପ୍ରାୟ ୮ଟା ୧୫ ମିନିଟ୍ରେ ବିମାନଟି ସୁରକ୍ଷିତ ଅବତରଣ କରିଛି।