ସୁସ୍ଥ ଅଛନ୍ତି ଜୁବିନ ନୌଟିଆଲ |
ଲୋକପ୍ରିୟ ଗାୟକ ଜୁବିନ ନୌଟିଆଲ ଗୁରୁବାର ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଘରର ଶିଢିରୁ ଖସି ଗାୟକଙ୍କ ହାତର କୋହୁଣୀ,ପାଟି ଏବଂ ମୁଣ୍ଡରେ ଜୋର୍ରେ ଆଘାତ ଲାଗିଛି।
ସେ ମୁମ୍ବାଇର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କ ଡାହାଣ ହାତ ଅପରେଶନ କରାଯାଇଥିବା ଜଣାପଡିଛି। ଶୁକ୍ରବାର ସକାଳେ ଜୁବିନ ବିମାନବନ୍ଦରରେ ନଜର ଆସିଥିଲେ।