ସୋନି ଟିଭିର ଲୋକପ୍ରିୟ ଟିଭି ଶୋ C.I.D.ର ଅଭିନେତା ଦୀନେଶ ଫଡନିସ୍ ଅସୁସ୍ଥ
ଟିଭିର ଲୋକପ୍ରିୟ କ୍ରାଇମ୍ ଶୋ ‘ସିଆଇଡି’ରେ ଇନ୍ସପେକ୍ଟର ଫ୍ରେଡରିକ୍ସ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଦିନେଶ ଫଡନିସଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ।ନିକଟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଡିସେମ୍ବର ୨ରେ ଖବର ଆସିଥିଲା ଯେ ହୃଦ୍ଘାତ ପରେ ଦୀନେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ହେଲେ ବର୍ତ୍ତମାନ ଶୁଣିବାକୁ ମିଳିଛି ଯେ ଅଭିନେତା ଯକୃତ ଜନିତ ସମସ୍ୟାରେ ପୀଡିତ।
ଏହି ଖରବ ପ୍ରଚାରିତ ହେବା ପରେ ‘ସିଆଇଡି’ ଓ ଦିନେଶଙ୍କ ପ୍ରଶଂସକ ଚିନ୍ତା ପ୍ରକଟ କରିବା ସହ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଦିନେଶଙ୍କ ଅସୁସ୍ଥତା ନେଇ ଖବର ପାଇବା ପରେ ସିଆଇଡିର ସମସ୍ତ କଳାକାର ଏବଂ କେତେକ କ୍ରୁ ମେମ୍ବର ହସ୍ପିଟାଲରେ ପହଞ୍ଚି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ।ଦୀନେଶ C.I.D. ଶୋ’ରେ ପ୍ରତ୍ୟେକ ଘରେ ଲୋକପ୍ରିତା ହାସଲ କରିଥିଲେ। ଟିଭି ଶୋ ବ୍ୟତୀତ ଚଳଚ୍ଚିତ୍ରରେ ହାସ୍ୟ ଅଭିନେତା ଭାବରେ କାର୍ଯ୍ୟ କରିଛନ୍ତି।