ସ୍କୁଲ ଯିବା ପାଇଁ ମାଁ ବାପା କହିବାରୁ ପୁଅର ଆତ୍ମହତ୍ୟା ଭଳି ଚରମ ନିଷ୍ପତି l

ଥୁଆମୂଳ ରାମପୁର,୧୯|୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ଥାନା ଅଧୀନସ୍ଥ ଗୁଣପୁର ଗ୍ରାମ ପଞ୍ଚାୟତ ସ୍ଥିତ ସେମେଲ ପଦର ଗ୍ରାମରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଜଣେ ନାବାଳଙ୍କୁ ତାଙ୍କ ମାଁ ବାପା ସ୍କୁଲ ଯିବା ପାଇଁ କହିବାରୁ ନାବାଳକ ପୁଅ ଘରୁ ଗାଧୋଇବାକୁ ଯାଉଛି କହି ନିଖୋଜ ପରେ ବେକରେ ଗାମୁଛା ଦେଇ ଆତ୍ମହତ୍ୟା କରିଥିବା ଭଳି ଘଟଣା ଅଞ୍ଚଳ ବାସୀକୁ ସ୍ତବ୍ଧ କରିଦେଇଛି। ସୂଚନା ମୁତାବକ ଗ୍ରାମର ସୋରିଷ ମାଝୀଙ୍କ ୧୪ ବର୍ଷୀୟ ପୁଅ ସୁଭେନ୍ଦ୍ର ମାଝୀ ଗତ ୧୪ ତାରିଖ ମଙ୍ଗଳାବର ଦିନ ଘରୁ ଗାଧୋଇ ଯିବାପାଇଁ ବାହାରି ଆଉ ଘରକୁ ଫେରିଲାନାହିଁ। ପରିବାର ଲୋକେ ପୁଅ ଘରକୁ ଫେରିବା ବିଳମ୍ବ ଦେଖି ନିଜ ସମ୍ପର୍କୀୟଙ୍କ ଘର ଏବଂ ଆଖପାଖ ଅଞ୍ଚଳରେ ଖୋଜାଖୋଜି କଲେ ହେଲେ ପାଇଲେ ନାହିଁ। ପରେ ୧୭ ତାରିଖ ଶୁକ୍ରବାର ଦିନ ପରିବାର ଲୋକେ କର୍ଲାପାଟ ଥାନାରେ ପୁଅ ର ନିଖୋଜ ଅଭିଯୋଗ କରିଥିଲେ l ଏନେଇ କର୍ଲାପାଟ ଥାନା ନିଖୋଜ ମାମଲା ୫/୨୫ ରୁଜ୍ଜୁ ହୋଇ ତଦନ୍ତ ଜାରି ରଖିଥିବା ବେଳେ ନିଖୋଜର ୪ ଦିନ ପରେ ଶନିବାର ଗ୍ରାମ ନିକଟ ଡ଼ିମଡି ସିଲ ନାମକ ଜଙ୍ଗଲ ର ଏକ ଗଛ ରେ ସୁଭେନ୍ଦ୍ରର ଝୁଲନ୍ତା ଅବସ୍ଥାରେ ମୃତଦେହ ପରିବାର ଲୋକେ ଦେଖି କର୍ଲାପାଟ ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ କର୍ଲାପାଟ ଥାନ ଭାରପ୍ରାପ୍ତ ଅଧିକାରୀ ଶ୍ରୀକାନ୍ତ କୋଲକା ଘଟଣା ସ୍ଥଳରେ ପହଞ୍ଚି ପୁଣି ୪/୨୫ ରେ ଏକ ଆତ୍ମହତ୍ୟା ମାମଲା ରୁଜ୍ଜୁ କରି ଗଛରୁ ମୃତଦେହ ଉଦ୍ଧାର କରିବା ପରେ ରବିବାର ଶବ ବ୍ୟବଚ୍ଛେଦ ପାଇଁ ଥୁଆମୂଳ ରାମପୁର ଡାକ୍ତରଖାନାକୁ ପଠାଯାଇ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ବେଳେମୃତ ନାବାଳକ ସୁଭେନ୍ଦ୍ର ସାଇସୁରୁଣୀ ସ୍ଥିତ ଏକଲବ୍ୟ ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପାଠ ପଢୁଥିଲା ତେଣୁ ସ୍କୁଲ ଯିବା ପାଇଁ ମାଁ ବାପା କହିବାରୁ ପୁଅ ଏଭଳି ଚରମ ନିଷ୍ପତି ନେଇ ଆତ୍ମହତ୍ୟା କରିଛି ବୋଲି ଗାଁ ଲୋକ ସାଇ ପଡିସା ଲୋକେ କହୁଥିବା ବେଳେ ପୋଲିସ ପକ୍ଷରୁ ମଧ୍ୟ ସେହା ହିଁ ହୋଇଥାଇ ପରେ ବୋଲି ସନ୍ଦେହ କରାଯାଉଥିବା ତଦନ୍ତ ଅଧିକାରୀ ଏ.ଏସ.ଆଇ ହେମନ୍ତ ହରିଜନ ସୂଚନା ଦେଇଛନ୍ତି l