ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ବଲିଉଡ ତାରକା ରଣବୀର ସିଂ ଓ ଦିଶା ପଟାନୀ।
ହକି ବିଶ୍ୱ କପର ଉଦଘାଟନୀ ଉତ୍ସବ ପାଇଁ କଟକ ବାରବାଟୀ ଷ୍ଟାଡିୟମରେ ‘ସେଲିବ୍ରେସନ୍’ରେ ଭରପୁର ମନୋରଞ୍ଜନ ଯୋଗାଇ ଦେବା ଲାଗି ଭୁବନେଶ୍ୱରରେ ପହଂଚିଛନ୍ତି ବଲିଉଡ ତାରକା ରଣବୀର ସିଂ ଓ ଦିଶା ପଟାନୀ। ଉଭୟ ଭୁବନେଶ୍ୱରରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।
ଉଭୟଙ୍କୁ ମୁଖ୍ୟମନ୍ତ୍ରୀ ଓଡିଶାକୁ ସ୍ୱାଗତ କରିବା ସହ ସେମାନଙ୍କୁ ନିଜ ନାମର ଜର୍ସି ସହ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସ୍ୱତନ୍ତ୍ର ଉପହାର ଦେଇଛନ୍ତି।
ଆଜି କଟକ ବାରବାଟୀ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଏହି ଉତ୍ସବରେ ଓଡ଼ିଶାର ସଂସ୍କୃତି ଓ ଗୀତ, ନୃତ୍ୟ ଏବଂ ପ୍ରଯୁକ୍ତିବିଦ୍ୟାର ଭରପୁର ମନୋରଞ୍ଜନ ରହିବ ବୋଲି ସୂଚନା ମିଳିଛି। ଅନ୍ୟ ପକ୍ଷରେ, ଗାୟିକା ନମିତା ମେଲକା ମଧ୍ୟ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି।