ହସୁଛି ମିତ୍ତଲ କମ୍ପାନୀ କାନ୍ଦୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ !ଟ୍ରାଫିକ ଜାମ ସମସ୍ୟା
ନିର୍ଲଜ ପୂର୍ବତନ ଏସାର ଷ୍ଟିଲ ବର୍ତ୍ତମାନ ର ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ କମ୍ପାନୀ ସବୁବେଳେ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି କରୁଛି ! ଫଳରେ ଗର୍ଭବତୀ ଠାରୁ ଆରମ୍ଭ କରି ସ୍କୁଲ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଗତି କରୁଥିବାରୁ ଆଜି ବାଧ୍ୟ ହୋଇ କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅନ୍ତର୍ଗତ ବଡ଼ କାଳିମାଟି ପଞ୍ଚାୟତ ର ଦବୁନା ଠାରେ ଥିବା ଆର୍ସେଲର ମିତ୍ତଲ କମ୍ପାନୀ ର ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ ସ୍କୁଲ ଛାତ୍ରଛାତ୍ରୀ !
ଦୀର୍ଘ ତିନି ଘଣ୍ଟା ପରେ ବାମେବାରୀ ପୋଲିସ ପହଞ୍ଚିବା ସହିତ ମିତ୍ତଲ କମ୍ପାନୀ ର କର୍ତ୍ତୃପକ୍ଷ ମଧ୍ୟ ଆସି ଖୁବଶିଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ମୌଖିକ ପ୍ରତିଶୃତି ଦେଇଛନ୍ତି ! କିନ୍ତୁ ଜନ ସାଧାରଣ ଏବଂ ସ୍କୁଲ ଛାତ୍ରଛାତ୍ରୀ ଏହି ପ୍ରତିଶୃତି କୁ ବେ ଖାତିରି କଲେ ମୁଖ୍ୟ ରାସ୍ତା ଅବରୋଧ କରାଯିବ ବୋଲି ସମସ୍ତ ଜନ ସାଧାରଣ ଚେତାବନୀ ଦେଇଛନ୍ତି !
ଏଣୁ ଏଥିପ୍ରତି ଦୃଷ୍ଟି ଦେଇ ଜିଲ୍ଲା ପ୍ରଶାସନ ଏ ଅଞ୍ଚଳର ସମସ୍ତ କମ୍ପାନୀ କର୍ତ୍ତୃପକ୍ଷ ମାନଙ୍କୁ ଏବଂ କିଛି ଜନ ସାଧାରଣ ଙ୍କୁ ଏକତ୍ରିତ କରି ଖୁବଶିଘ୍ର ଏକ ବୈଠକ ଅନୁଷ୍ଠିତ କରି ଏହାର ସମାଧାନର ଆଲୋଚନା କରାଯିବ ବୋଲି ପ୍ରତିଶ୍ରୁତି ଦେଇ ସ୍କୁଲ ଛାତ୍ରଛାତ୍ରୀ ଙ୍କୁ ଧାରଣା ରୁ ଉଠାଇଛନ୍ତି ! କେନ୍ଦୁଝର ରୁ ରବିନ୍ଦ୍ର ଖମଣିଆ ଙ୍କ ରିପୋର୍ଟ