ହାଡ଼ ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର !

ଥୁଆମୂଳ ରାମପୁର,୧୩/୧୨-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲ୍ଲାରେ କିଛି ଦିନ ଧରି ପାରଦ ଖସିବାରେ ଲାଗିଛି ।
କଳାହାଣ୍ଡି ଜିଲ୍ଲାର କାଶ୍ମୀର କୁହାଯାଉଥିବା ଦୁର୍ଗମ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ ରୁ ୪ ଡିଗ୍ରୀ ତଳକୁ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଥିବା ବେଳେ ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଜଣାପଡିଛି । ପାରଦ ଖସିବା ଯୋଗୁଁ ଥୁଆମୂଳ ରାମପୁର ଅଞ୍ଚଳରେ ତୁଷାରପାତ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ଯାହାପାଇଁ ନିଆଁ ଉହ୍ମେଇ ଭରଷାରେ ଦୁର୍ଗମ ବାସୀ ଅଛନ୍ତି । ସନ୍ଧ୍ୟା ୫ ଟା ହେଲେ ଘରେ ପଶିଲେ ଦିନ ୧୦ ଟା ରେ ବାହାରକୁ ବାହାରୁଛନ୍ତି ଲୋକେ । ଶୀତ କାକର ଯୋଗୁଁ ଲୋକେ କାମ ଅନ୍ୱେଷଣ ରେ ମଧ୍ୟ ଯାଇ ପାରୁନାହାନ୍ତି, ଏମିତିକି ସନ୍ଧ୍ୟା ୭ଟା ହେଲେ ଅଞ୍ଚଳର ସବୁ ଦୁକାନ ବଜାର ବନ୍ଧ ହୋଇ ଯାଉଛି । ପ୍ରଶାସନ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନନେବା ଯୋଗୁଁ ଗରିବ ଓ ଦୁସ୍ତଲୋକ ମାନେ ନାକେଦମ ହୋଇପଡିଛନ୍ତି । ଥୁଆମୂଳ ରାମପୁର ଅଞ୍ଚଳରେ ତୁଷାରପାତ ହେବା ଓ ପ୍ରବଳ ହାଡ଼ ଭଙ୍ଗା ଜାଡ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ସରକାରୀ ଭାବରେ ଥୁଆମୂଳ ରାମପୁରରେ ତାପମାତ୍ରା ମାପିବା ପାଇଁ କୌଣସି ବ୍ୟବସ୍ଥା ନଥିବା ବେଳେ ସରକାରୀ ରିପୋର୍ଟ ମିଳିପାରିନାହିଁ । କିନ୍ତୁ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଏବଂ ଗୁଗୁଲ ରେ ସର୍ଚ୍ଚ କଲେ ଯାହା ସର୍ବନିମ୍ନ ତାପମାତ୍ରା ପ୍ରାୟ ୪ ରୁ ୫ ଡିଗ୍ରୀ ଥିବା ଜଣାପଡୁଛି । ଥୁଆମୂଳ ରାମପୁର ବ୍ଳକର ସିଜି ମାଳି, ତଳଆମପଦର,କୁଟ୍ରୁ ମାଳି, କେଳୁଆ, ସିନ୍ଧିପଦର୍, କର୍ଲାପାଟ, ସୂର୍ଯ୍ୟଗଡ଼, ପୋଡ଼ାପଦର, ତଳନାଗୀ, ସିଲେଟ, କେରପାଇ, ଗୁଣପୁର, କାଣିଗୁମା, ମହୁଲପାଟଣା, ଡୁମେରପଦର, ଥୁଆମୂଳ ରାମପୁର, ଥୁଆମୂଳ, ଗୋପାଳପୁର ସମେତ ବହୁ ଅଞ୍ଚଳରେ ଛାତିଥରା ଜାଡ ଯୋଗୁଁ ଲୋକେ ନାକେଦମ ହୋଇପଡିଛନ୍ତି । ଗତ ୫ ଦିନ ଧରି ପ୍ରବଳ ଥଣ୍ଡା ସତ୍ତ୍ୱେ ବହୁ ଗରିବ ଓ ଦୁସ୍ତ ଲୋକେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି ଶୀତ କାକରରେ ରହୁଥିବା ଲୋକଙ୍କୁ ଚିହ୍ନଟ କରି ଗ୍ରାମ ପଞ୍ଚାୟତ ଠାରୁ କୌଣସି ବ୍ୟବସ୍ଥା କରିବା ପାଇଁ ଆଦେଶ ଥିଲେ ସୁଦ୍ଧା ପ୍ରାକ ପ୍ରସ୍ତୁତି ଅଭାଵ ଯୋଗୁଁ ବ୍ଲକ ସ୍ତରରେ ଅତ୍ୟନ୍ତ ଗରିବ ଓ ଦୁସ୍ତ ଲୋକେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ନେଇ ଗଣମାଧ୍ୟମକୁ ମୁହଁ ଖୋଲୁନଥିବା ଯୋଗୁଁ ସାଧାରଣରେ ଉଦବେଗ ପ୍ରକାଶ ପାଇଛି । ଏଣୁ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହୋଇଛି ।