ହେତଲ ଯାଦବ ଏକ ବଡ଼ ଦୁର୍ଘଟଣାର ଶିକାର

ଟିଭିର ସବୁଠାରୁ ସୁପରହିଟ୍ ଶୋ ‘ଇମଲି’ର ଫେମ୍‌ ହେତଲ ଯାଦବ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଶୋ’ର ସୁଟିଂରୁ ଘରକୁ ଫେରୁଥିବା ବେଳେ ତାଙ୍କର ଏହି ଦୁର୍ଘଟଣା ଘଟିଥିଲା। ସେ ନିଜେ କାର ଚଳାଉଥିଲେ। ହେତଲଙ୍କ କାରକୁ ଏକ ଟ୍ରକ ଧକ୍କା ଦେଇଥିଲା।

ହେଲେ ଏଥିରେ ତାଙ୍କର ବିଶେଷ କିଛି ହୋଇ ନାହିଁ।  ଗତ ରାତି ପ୍ରାୟ ୯ଟା ସମୟରେ JVLR ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା ​​। ଦୁର୍ଘଟଣା ଘଟିବା ପରେ ତୁରନ୍ତ ସେ ନିଜ ପୁଅକୁ ଏବଂ ଘଟଣା ସମ୍ପର୍କରେ ପୋଲିସକୁ ସୂଚନା ଦେଇଥିଲେ।