୧୭ ହଜାର ୪୪୦ କୋଟିର ଅତିରିକ୍ତ ବଜେଟ୍ ଆଗତ କଲେ ମୁଖ୍ୟମନ୍ତ୍ରୀ

ବିଧାନସଭାରେ ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୦୨୫-୨୬ ଆର୍ଥିକ ବର୍ଷ ଲାଗି ମୁଖ୍ୟମନ୍ତ୍ରୀ ୧୭ ହଜାର ୪୪୦ କୋଟି ଟଙ୍କାର ଏହି ଅତିରିକ୍ତ ବଜେଟ ଆଗତ କରିଥିଲେ। ବଜେଟ ଆଗତ ହେବା ପରେ ଗୃହକୁ ଶନିବାର ପର୍ଯ୍ୟନ୍ତ ଗୃହ ମୁଲତବୀ ଘୋଷଣା କରାଯାଇଥିଲା। ମୋଟ୍ ପ୍ରଶାସନିକ ଖର୍ଚ୍ଚ ୩,୩୮୯ କୋଟି । ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ଖର୍ଚ୍ଚ ୧୩,୭୧୬ କୋଟି । ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୧୭୧ କୋଟି ।ଏହି ଅତିରିକ୍ତ ବଜେଟ ମାଧ୍ୟମରେ ରାଜ୍ୟର ଶିକ୍ଷା, କୃଷି, ସ୍ଵାସ୍ଥ୍ୟ, ଗମନାଗମନ, ଶିଳ୍ପ, ସଂସ୍କୃତି, ମହିଳା ସଶକ୍ତୀକରଣ ଆଦି ବିଭାଗର ବିକାଶମୂଳକ କାର୍ଯ୍ୟ କରାଯିବ।