୨୭ତମ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅନୁଷ୍ଠିତ l

ଥୁଆମୂଳ ରାମପୁର,୦୭/୦୧-(ଦୁର୍ଗା କୀର୍ତ୍ତି)କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସ୍ଥିତ ବାବା ଖଣ୍ଡୁଆଳ ପଡିଆ ଠାରେ ମଙ୍ଗଳବାର କଳାହାଣ୍ଡି ଜିଲ୍ଲାର ଗର୍ବ ଓ ଗୌରବ, କଳା ସାଂସ୍କୃତି, ଐତିହ ଓ ବିକାଶ ଧାରାର ବାର୍ତ୍ତାବହ ବ୍ଲକ୍ ସ୍ତରୀୟ ୨୭ ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉଦ୍‌ଘାଟିତ ହୋଇଯାଇଛି। ୨ଦିନ ଧରି ହେଉଥ‌ିବା ଉତ୍ସବକୁ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଧ୍ରୁବଚରଣ ମୁଦୁଲିଙ୍କ ଅଧ୍ୟକ୍ଷତା ଉତ୍ସବରେ କଳାହାଣ୍ଡି ଲୋକସଭା ସାଂସଦ ଙ୍କ ବ୍ଲକ୍ ପ୍ରତିନିଧି ପବିତ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ ଙ୍କ ବ୍ଲକ୍ ପ୍ରତିନିଧି ମାଣିକ୍ୟ ଚନ୍ଦ୍ର ନାଏକ, ବ୍ଲକ୍ ଅଧକ୍ଷ ଦୟାନିଧି ମାଝୀ, ତହସିଲଦାର କବିରାଜ ପ୍ରଧାନ, ବିଜେଡି ବ୍ଲକ୍ ସଭାପତି କପିଳାସ ନାଏକ, ଏମଏମପିଏସ ମହାବିଦ୍ୟାଳୟ ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଛିନା, ବିଜେପି ଯୁବ ନେତା ବିଷ୍ଣୁ ନାଏକ, ରାଧାକାନ୍ତ ନାଏକ, ଜୋନ ନଂ ୧ ଜିଲ୍ଲାପରିଷଦ ସଦସ୍ୟା ପ୍ରମିଳା ମାଝୀ, ଜୋନ ନଂ ୨ ଜିଲ୍ଲାପରିଷଦ ସଦସ୍ୟା ଟୁନି ଖୋସ୍ଲା, ଆଦିବାସୀ ସଂଘ ବ୍ଲକ୍ ସଭାପତି ସନାତନ ମାଝୀ, ବୋହୁଜନ ସମାଜ ପାର୍ଟି ବ୍ଲକ୍ ସଭାପତି ସୋମନାଥ ନାଏକ, ବ୍ଲକ୍ ସରପଞ୍ଚ ସଂଘ ସଭାପତି ବଳଭଦ୍ର ଜାନୀ, ସ୍ଥାନୀୟ ସମିତି ସଭ୍ୟା ପୁଷ୍ପାଞ୍ଜଳି ନାଏକ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ। ଏହି ଅବସରରେ ମା’ମାଣିକେଶ୍ଵରୀ ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ସହ ପ୍ରଥମ ଥର କରି କଳସ ଶୋଭାଯାତ୍ରାରେ ବାହାରି ମଞ୍ଚସ୍ଥଳରେ ପହଞ୍ଚିଥିଲା।

ପୂଜାର୍ଚ୍ଚନା ଶେଷରେ ମଞ୍ଚ ଉଦଘାଟନ କରାଯାଇଥିଲା ଏବଂ ଶାନ୍ତିର ପ୍ରତୀକ “ପାରା” କୁ ଉପସ୍ଥିତ ଅତିଥି ଙ୍କ ହସ୍ତରେ ଉଡାଯାଇଥିଲା । ପରେ ପରେ ଉପସ୍ଥିତ ସମସ୍ତ ଅତିଥି ତାଙ୍କ ବକ୍ତବ୍ୟ ରଖିଥିଲେ ଓ ନିଯ ଜିଲ୍ଲାର କଳା ସାଂସ୍କୃତିକ କୁ କେମିତି ବଞ୍ଜାଇରଖିବୁ ସେ ନେଇ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ l ଶେଷରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ର ମଞ୍ଚକୁ ରାଜେନ୍ଦ୍ର ନାରାୟଣ ସିଂହଦେବ୍ ଓ କିରଣ କୁମାର ଧଙ୍ଗଡା ମାଝୀ ପରିଚାଳନା କରିଥିଲେ। ଘୁମୁରା ଓ ଲୋକନୃତ୍ୟରେ ବାବା ଖଣ୍ଡୁଆଲ ମଞ୍ଚ ଦୁଲୁକି ଉଠିଥିଲା। ଆସନ୍ତା ୮ତାରିଖରେ ଏହି ଉତ୍ସବର ଉଦଯାପନୀ ଦିବସ ଅନୁଷ୍ଠିତ ହେବ ଏହି ଅବସରରେ ପଶ୍ଚିମ ଓଡ଼ିଶା ର ହାସ୍ୟ କଳାକାର ଯୋଗେଶ ଜୋ ଜୋ ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି l