୨୭ ମାର୍ଚ୍ଚରେ ରିଲିଜ୍ ହେବ ୟଶଙ୍କ ଫିଲ୍ମ କେଜିଏଫ୍-୨ର ଟ୍ରେଲର
ଫିଲ୍ମ ନିର୍ମାତା ଘୋଷଣା କରିଛନ୍ତି ଯେ ୨୭ ମାର୍ଚ୍ଚ ସନ୍ଧ୍ୟା ୬ଟା ୪୦ରେ କେଜିଏଫ୍ ୨ର ଟ୍ରେଲର ରିଲିଜ୍ ହେବ। ଏହି ଘୋଷଣା ସହ ଫିଲ୍ମର ଏକ ନୂଆ ପୋଷ୍ଟର ମଧ୍ୟ ସେୟାର କରାଯାଇଛି। ପୋଷ୍ଟରରେ ୟଶ୍ଙ୍କ ଦମ୍ଦାର ଲୁକ୍ ଦର୍ଶକଙ୍କୁ ଖୁବ୍ ପସନ୍ଦ ଆସିଛି।
କନ୍ନଡ଼ ଭାଷାରେ ନିର୍ମିତ ଏହି ଫିଲ୍ମକୁ ହିନ୍ଦୀ, ତେଲୁଗୁ, ତାମିଲ ଓ ମାଲାୟାଲମ୍ ଭଳି ଅନେକ ଭାଷାରେ ଡବିଂ କରାଯିବ। କେଜିଏଫ୍ ୨ ଚଳିତବର୍ଷ ୧୪ ଏପ୍ରିଲରେ ଫିଲ୍ମ ହଲ୍ରେ ରିଲିଜ୍ ହେବ। ଫିଲ୍ମର ସାଟେଲାଇଟ୍ ରାଇଟ୍ସ ଜି ତାମିଲ, ଜି ତେଲୁଗୁ, ଜି କେରଳମ୍ ଓ ଜି କନ୍ନଡ଼ କିଣିଛନ୍ତି। ବାହୁବଳୀ ଏବଂ ବାହୁବଳୀ-୨ ପରେ କେଜିଏଫ ହେଉଛି ଚତୁର୍ଥ ସର୍ବାଧିକ ଆୟ କରିଥିବା ହିନ୍ଦୀ ଡବ୍ ଫିଲ୍ମ । ବକ୍ସ ଅଫିସ୍ରେ ୧୦୦ କୋଟି, ୨୦୦ କୋଟି ପରେ ୨୫୦ କୋଟି କରିଥିବା ପ୍ରଥମ କନ୍ନଡ ଫିଲ୍ମ।
ଫିଲ୍ମର ପ୍ରଥମ ପାର୍ଟ ଭଳି ଏଥିରେ ମଧ୍ୟ ୟଶ ଓ ଶ୍ରୀନିଧି ସେଟ୍ଟୀ ଲିଡ୍ ରୋଲ୍ରେ ଅଭିନୟ କରୁଛନ୍ତି। ଏହା ବ୍ୟତୀତ ରବୀନା ଟଣ୍ଡନ ଓ ସଞ୍ଜୟ ଦତ୍ତ ମଧ୍ୟ ପ୍ରମୁଖ ଭୂମିକାରେ ନଜର ଆସିବେ। ସଞ୍ଜୟ ଫିଲ୍ମରେ ଅଧିରା ଭାବେ ନେଗେଟିଭ୍ ରୋଲ୍ରେ ଅଭିନୟ କରୁଛନ୍ତି।