୪୧ ବର୍ଷରେ ଭାଙ୍ଗିବାକୁ ଯାଉଛି ବ୍ରିଟିନି ସ୍ପିୟରଙ୍କ ତୃତୀୟ ବିବାହ
ପପ ଷ୍ଟାର୍ ବ୍ରିଟନି ସ୍ପାୟର୍ସଙ୍କ ବିବାହର ଦେଢ ବର୍ଷ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛିି। ତାଙ୍କ ସ୍ବାମୀ ସାମ ଅସଗରୀ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ୪୧ ବର୍ଷୀୟ ବ୍ରିଟିନି ଏବଂ ୨୯ ବର୍ଷୀୟ ସେମ ଅସଗରୀ ୨୦୨୨ରେ ପରସ୍ପରକୁ ବିବାହ କରିଥିଲେ ।ବ୍ରିଟିନି ଏବଂ ସେମ୍ ସମ୍ପର୍କ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି ।
ଯାହା ପରେ ଦମ୍ପତି ୨୦୨୧ରେ ନିର୍ବନ୍ଧ କରିଥିଲେ ଏବଂ ୨୦୨୨ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତେବେ, ଚଳିତ ବର୍ଷ ଆରମ୍ଭରେ, ସେମାନଙ୍କ ବିବାହର ଫାଟ ଦେଖାଯାଇଥିଲା।ପ୍ରାୟ ତିନି ସପ୍ତାହ ପୂର୍ବରୁ ବ୍ରିଟନି ସ୍ପାୟର୍ସ ଏବଂ ସାମ ଅସଗରୀ ଅଲଗା ହୋଇଛନ୍ତି। ସେମାନଙ୍କ ଛାଡପତ୍ର ଦାଖଲ ଅନୁଯାୟୀ ସାମ ଅସଗରୀ ଏହି ମାମଲା ସହ ଲଢିବା ପାଇଁ ଆଟର୍ଣ୍ଣି ଫି ସମେତ ପପ ଷ୍ଟାରଙ୍କଠାରୁ ଆର୍ଥିକ ସହାୟତା ଲୋଡିଛନ୍ତି।