୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଛନ୍ତି ବିରାଟ ।

ଟି-୨୦-ଟେଷ୍ଟ-ଦିନିକିଆ କ୍ରିକେଟ୍‌କୁ ମିଶାଇ ୭ଟି କ୍ୟାଲେଣ୍ଡର ବର୍ଷରେ ୨୦୦୦ରୁ ଅଧିକ ରନ୍‌ ହାସଲ କରିବାରେ ନୂଆ କୀର୍ତ୍ତିମାନ କରିଛନ୍ତି ବିରାଟ । ଆଉ କିମ୍ବଦନ୍ତୀ ବ୍ୟାଟର ସାଙ୍ଗାକାରାଙ୍କୁ ପଛରେ ପକାଇଛନ୍ତି ।ଗତକାଲି ସେଞ୍ଚୁରିଅନରେ ଖେଳା ଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ପାଳିରେ ପରାଜିତ ହୋଇଥିଲା ଭାରତ । କିନ୍ତୁ ଭାରତ ହାରିଥିଲେ ହେଁ ବିରାଟ କୋହଲି ଇତିହାସ ରଚିଛନ୍ତି। ପୁରା ମ୍ୟାଚରେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ବିରାଟ କୋହଲି । ୭ଟି ଭିନ୍ନ ଭିନ୍ନ କ୍ୟାଲେଣ୍ଡର ବର୍ଷରେ ୨୦୦୦ ରନ୍ ସ୍କୋର କରିଥିଲେ ବିରାଟ । ଏପରି କରିବାରେ ବିରାଟ କୋହଲି ପୁରା ବିଶ୍ୱରେ ପ୍ରଥମ ବ୍ୟାଟର ହୋଇଛନ୍ତି । ଗତକାଲି ଭାରତର ଦ୍ୱିତୀୟ ଇଂନିସରେ ସେ ୮୨ ଟି ବଲରୁ ୭୬ ରନ ସଂଗ୍ରହ କରିଥିଲେ । ଏହା ସହ ସେ ଚଳିତ କ୍ୟାଲେଣ୍ତର ବର୍ଷରେ ମୋଟ ୨୦୦୬ ରନ ସଂଗ୍ରହ କରି ନେଇଥିଲେ।ବିରାଟ କୋହଲି ସବୁଠୁ ଅଧିକ ୭ଥର ଏହି କୀର୍ତ୍ତିମାନ ହାସଲ କରିଛନ୍ତି ।

ବିରାଟ କୋହଲି ୨୦୧୨ରେ ୨୧୮୬ ରନ୍‌ ହାସଲ କରିଥିଲେ । ଏଥିରେ ୮ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି । ଏହାପଛକୁ ୨୦୧୪ରେ ୨୨୮୬ ରନ୍‌ । ଯେଉଁଥିରେ ୮ଟି ଶତକ ଏବଂ ୧୨ଟି ଅର୍ଦ୍ଧଶତକ ରହିଛି । ୨୦୧୬ରେ ୨୫୯୫ ରନ୍‌ । ଯେଉଁଥିରେ ୭ଟି ଶତକ ଏବଂ ୧୩ଟି ଶତକ ରହିଛି । ଏହାପଛକୁ ୨୦୧୭ରେ ୨୮୧୮ ରନ୍‌ । ଯେଉଁଥିରେ ୧୧ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି । ସେହିପରି ୨୦୧୮ରେ ୨୭୩୫ ରନ୍‌, ଯେଉଁଥିରେ ୧୧ଟି ଶତକ ଏବଂ ୯ଟି ଅର୍ଦ୍ଧଶତକ ରହିଛି । ୨୦୧୯ରେ ୨୪୫୫ ରନ୍‌, ଯେଉଁଥିରେ ୭ଟି ଶତକ ଏବଂ ୧୪ଟି ଅର୍ଦ୍ଧଶତକ ରହିଛି । ଶେଷରେ ୨୦୨୩ରେ ୨୦୪୮ ରନ୍‌ ସଂଗ୍ରହ କରିଛନ୍ତି । ଯେଉଁଥିରେ ୮ଟି ଶତକ ଏବଂ ୧୦ଟି ଅର୍ଦ୍ଧଶତକ ରହିଛି ।

ଏହା ସହିତ ୨୦୨୩ ବର୍ଷ ଭାରତୀୟ କ୍ରିକେଟ ଦଳର ଖେଳାଳି ବିରାଟ କୋହଲିଙ୍କ ପାଇଁ ବହୁତ ଭଲ ରହିଛି। ଚଳିତ ବର୍ଷ ଟିମ ଇଣ୍ଡିଆ ପାଇଁ ସର୍ବାଧିକ ରନ ସ୍କୋର କରିବାରେ ସେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। କୋହଲି ବିଶ୍ୱକପ୍‌ ୨୦୨୩ରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ତେବେ ୨୦୨୩ ବର୍ଷର ବିଶ୍ୱର ଶ୍ରେଷ୍ଠ ୫ ଜଣ ଖେଳାଳି ତାଲିକାରେ କୋହଲି ସାମିଲ ହୋଇଛନ୍ତି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି କି କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଲିଓନେଲ ମେସି ମଧ୍ୟ ଏହି ତାଲିକାରେ ଅଛନ୍ତି।